ଫିଟ୍‌ ରହିବାକୁ ଇନ୍‌ଡୋରରେ ଅଭ୍ୟାସ କରୁଛନ୍ତି ପନ୍ତ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ରୂପ ନେଇଥିବା ଏବଂ ତାହା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୃହାବଦ୍ଧ ‌ଆହ୍ବାନ ପରିପ୍ରେକ୍ଷୀରେ ଦେଶରେ ସମସ୍ତ କ୍ରୀଡ଼ା କାର୍ଯ୍ୟକଳାପ ବନ୍ଦ ରହିଥିଲା ବେଳେ କ୍ରୀଡ଼ାବିତ୍‌ମାନେ ଚିନ୍ତାରେ ରହିଛନ୍ତି। ଏପରିସ୍ଥଳେ ନିଜ ନିଜକୁ ଫିଟ୍‌ ରଖିବା ପାଇଁ କ୍ରିକେଟର୍‌ମାନେ ଇନ୍‌ଡୋରକୁ ହିଁ ସେମାନଙ୍କ ଗୃହ କରିନେଇଛନ୍ତି। ଫଳସ୍ବରୂପ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ୍‌ ଇନ୍‌ଡୋର୍‌ରେ ବିଭିନ୍ନ ପ୍ରକାର ଅଭ୍ୟାସ ଚଳାଇଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଟ୍ରେଡ୍‌ମିଲ୍‌ ଉପରେ ଦୌଡ଼ିବା ଭଳି ଚିତ୍ର ମଧ୍ୟ ପୋଷ୍ଟରୁ ଦେଖିବାକୁ ମିଳିଛି। ଅବଶ୍ୟ ଏଭଳି ସଂକଟଜନକ ସ୍ଥିତିରେ ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ କୋହଲି ଓ ତାଙ୍କ ବାହୀନି ପାଇଁ ଭାରତୀୟ ଦଳର ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ନିକ୍‌ ୱେବ୍‌ ଓ ଫିଜିଓ ନିତିନ ପଟେଲ ମିଳିତ ଭାବେ ଅଭ୍ୟାସ ସାରଣୀ ପ୍ରସ୍ତୁତ କରିବାର ଏହା ଏକ ଅଂଶବିଶେଷ ବୋଲି ପନ୍ତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର