ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ତାରକା ୱିକେଟକିପର ଋଷଭ ପନ୍ତ ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୩୦ ତାରିଖ ସକାଳେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ନିକଟରେ ତାଙ୍କର ଡାହାଣ ଆଣ୍ଠୁର ଏକ ସଫଳ ଅସ୍ତ୍ରୋପଚାର ହୋଇଛି | ପନ୍ତ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି | ଦୁର୍ଘଟଣା ପରେ ବାମହାତୀ ବ୍ୟାଟ୍ସମ୍ୟାନ ପନ୍ତଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ଅସୁବିଧା ସମୟରେ ତାଙ୍କୁ ସାହାଯ୍ୟ କରିଥିବା ସେହି ସମସ୍ତ ଲୋକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ବିଶେଷକରି ଏହି ୱିକେଟ୍ କିପର ସେହି ଦୁଇ ‘ଦୂତ’ଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁମାନେ ଦୁର୍ଘଟଣା ସମୟରେ ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଡାକ୍ତରଖାନା ଭିତରୁ ନିଜ ମା’ଙ୍କ ସହ ଦୁଇ ଯୁବକଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୁଁ ହୁଏତ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଦେଇ ପାରିବି ନାହିଁ, କିନ୍ତୁ ମୋତେ ଏହି ଦୁଇ ହିରୋଙ୍କୁ ଧନ୍ୟବାଦ ଦେବାକୁ ପଡିବ। ଯେଉଁମାନେ ମୋର ଦୁର୍ଘଟଣା ସମୟରେ ମୋତେ ସାହାଯ୍ୟ କରିଥିଲେ ଏବଂ ମୋତେ ଏମାନେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚାଇଥିଲେ | ରଜତ କୁମାର ଏବଂ ନିଶୁ କୁମାରଙ୍କୁ ଧନ୍ୟବାଦ ଜଣାଉଛି ।
I may not have been able to thank everyone individually, but I must acknowledge these two heroes who helped me during my accident and ensured I got to the hospital safely. Rajat Kumar & Nishu Kumar, Thank you. I’ll be forever grateful and indebted 🙏♥️ pic.twitter.com/iUcg2tazIS
— Rishabh Pant (@RishabhPant17) January 16, 2023
ମୁଁ ତୁମ ଦୁହିଁଙ୍କ ପାଇଁ ସର୍ବଦା କୃତଜ୍ଞ ଏବଂ ତୁମମାନଙ୍କ ନିକଟରେ ଋଣୀ ରହିବି | ଋଷଭ ପନ୍ତ ଟ୍ବିଟ କରି ଆହୁରି ଲେଖିଛନ୍ତି, ‘ମୁଁ ପାଇଥିବା ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ମୁଁ ଆପଣଙ୍କୁ ଜଣାଇ ବହୁତ ଖୁସି। ସୁସ୍ଥ ହେବାର ଯାତ୍ରା ଆରମ୍ଭ ହୋଇଛି ଏବଂ ମୁଁ ଆଗାମୀ ଆହ୍ବାନ ପାଇଁ ପ୍ରସ୍ତୁତ ଅଛି। ଏଥିପାଇଁ ମୁଁ ବିସିସିଆଇ, ଜୟ ଶାହ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି। ମୋ ହୃଦୟର ଗଭୀରତାର ମୁଁ ମୋର ସମସ୍ତ ପ୍ରଶଂସକ, ସାଥୀ ଖେଳାଳି, ଡାକ୍ତର ଏବଂ ଫିଜିଓମାନଙ୍କୁ ସେମାନଙ୍କର ପ୍ରେରଣା ଦେବା ଭଳି କଥା ଏବଂ ଉତ୍ସାହ ପାଇଁ ଧନ୍ୟବାଦ ଦେବାକୁ ଚାହେଁ। ଆପଣ ସମସ୍ତଙ୍କୁ ପଡ଼ିଆରେ ଦେଖିବା ପାଇଁ ଉତ୍ସାହିତ’। ଉଲ୍ଲେଖ ଥାଉ କି ଦିଲ୍ଲୀରୁ ନିଜ ମର୍ସିଡିସ୍ ବେଞ୍ଜ୍ କାର୍ରେ ଉତ୍ତରାଖଣ୍ଡର ନିଜ ଘର ରୁର୍କି ଅଭିମୁଖେ ଯାଉଥିଲା ବେଳେ ଡିସେମ୍ବର ୩୦ ଭୋର୍ ସାଢ଼େ ୫ଟା ବେଳେ ଦିଲ୍ଲୀ-ଡେରାଡୁନ୍ ହାଇୱେରେ ଏହି ଦୁର୍ଘଟଣା ଘଟିଥିଲା। ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ମାଙ୍ଗାଲୌରର ମହମ୍ମଦପୁର ଜାଟ୍ଠାରେ ତାଙ୍କ କାର୍ ଏକ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାର୍ଟି ମଧ୍ୟ ସଂପୂର୍ଣ୍ଣ ଜଳି ଯାଇଥିଲା।