ନୂଆଦିଲ୍ଲୀ: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଢେର ଦିନ ହେବ କ୍ରିକେଟ୍ରୁ ଦୂରେଇ ରହିଥିବା ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଆଇପିଏଲ୍ର ଆଗାମୀ ଋତୁ ଖେଳିବେ। ନିଜେ ପନ୍ତ ଏଭଳି ଆତ୍ମବିଶ୍ବାସ ଦେଖାଇଥିଲା ବେଳେ ସେ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଛନ୍ତି। ତେବେ ପନ୍ତ ଦଳର ନେତୃତ୍ବ ନେବା ନେଇ ସନ୍ଦେହ ଥିବା ପଣ୍ଟିଂ ସ୍ପଷ୍ଟ ଭାବେ କହିଛନ୍ତି। ପନ୍ତଙ୍କୁ ଜଣେ ଚମତ୍କାର ଖେଳାଳି ଭାବେ ବର୍ଣ୍ଣନା କରି ପଣ୍ଟିଂ କହିଛନ୍ତି ଯେ ପନ୍ତ କ୍ରିକେଟ୍କୁ ଫେରିବା ଆମ ପାଇଁ ବହୁତ ବଡ଼ ଖବର। ତାଙ୍କ ଉପସ୍ଥିତି ଆମ ଦଳକୁ ସନ୍ତୁଳିତ କରିବ। ହେଲେ ୧୨ରୁ ୧୩ ମାସ କ୍ରିକେଟ୍ରୁ ଦୁରେଇ ରହିବା ପରେ ତାଙ୍କୁ ନେତୃତ୍ବଭାର ଦିଆଯାଇ ନପାରେ। ଅବଶ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ଅଧିକାରୀମାନେ ନେବେ।
ପନ୍ତ ଆଇପିଏଲ୍ ଖେଳିବେ, ଅଧିନାୟକ ହେବେନି
/sambad/media/post_attachments/wp-content/uploads/2024/02/fhfhfhfff.jpg)