କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)ରେ ଓଡ଼ିଶା ପାନ୍ଥର୍ସ ଓ ପ୍ୟୁମାସ୍‌ ପ୍ରଥମ ଦୁଇ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୯ ମ୍ୟାଚ୍‌ ଖେଳିଥିବା ପାନ୍ଥର୍ସ ମାତ୍ର ଗୋଟିଏ ପରାଜୟ ବରଣ କରିଥିଲା ବେଳେ ୮ ବିଜୟରୁ ୩୨ ପଏଣ୍ଟ ପାଇ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରବିବାର ପାନ୍ଥର୍ସ ଏହାର ଶେଷ ଲିଗ୍‌ ମ୍ୟାଚ୍‌ ଓଡ଼ିଶା ଟାଇଗର୍ସ ବିପକ୍ଷରେ ଖେଳିବ। ଶନିବାର ପାନ୍ଥର୍ସ ଖେଳିଥିବା ନବମ ମ୍ୟାଚ୍‌ରେ ଜାଗୁଆର୍ସକୁ ୪ ରନ୍‌ରେ ହରାଇଥିଲା।

Advertisment

ଟସ୍‌ ଜିତି ଜାଗୁଆର୍ସ ବୋଲି˚ କରିଥିଲା ବେଳେ ପାନ୍ଥର୍ସକୁ ୧୧୧ ରନ୍‌ରେ ରୋକିଦେଇଥିଲା। ଆଲୋକ ସାହୁ ଅପରାଜିତ ୩୦, ଅଭିଷେକ ଯାଦବ ୨୨, ଅଙ୍କିତ ସି˚ହ ୨୧, ଚନ୍ଦ୍ରମଣି ବିଶ୍ବାଳ ଅପରାଜିତ ୧୭ ଓ ର˚ଜିତ ପାଇକରାୟ ୧୩ ରନ୍‌ କରିଥିଲେ। ଜାଗୁଆର୍ସର ନିର୍ବିଶଙ୍କର ବାରିକ ୩, ମନୋଜ କାଶ୍ୟପ ୨, ନିହାର ଭୂୟାଁ ୧ ଵିକେଟ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜାଗୁଆର୍ସ ଗୋଟିଏ ବଲ୍‌ ପୂର୍ବରୁ ୧୦୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। କ୍ଷମାସାଗର ବଳ ୨୮, ରଶ୍ମିର˚ଜନ ସାହୁ ୧୭, ଅନ୍ବେଷ ଦାସ ୧୪ ଓ ଅଧିନାୟକ ଗିରିଜା ରାଉତ ୧୧ ରନ୍‌ ଯୋଡ଼ି ପାରିଥିଲେ। ବିଜୟୀ ଦଳ ପାଇଁ ଜୟନ୍ତ ବେହେରା ୩, ଶୁଭମ ନାୟକ ୨, ଆଲୋକ ସାହୁ ୨, ବସନ୍ତ ମହାନ୍ତି ୧ ଵିକେଟ ନେଇଥିଲେ। ଅଲରାଉଣ୍ତ ପ୍ରଦର୍ଶନ ପାଇଁ ଆଲୋକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଆପେକ୍ସ କାଉନସିଲ ସଦସ୍ୟ ତଥା ପୂର୍ବତନ କ୍ରିକେଟର ଅବକାଶ ଖଟୁଆ ପୁରସ୍କାର ପ୍ରଦାନ କରିଥିଲେ।

ସ˚ଘର୍ଷପୂର୍ଣ୍ଣ ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପ୍ୟୁମାସ୍‌ ଦୁଇ ରନ୍‌ରେ ଓଡ଼ିଶା ଟାଇଗର୍ସକୁ ହରାଇ ୧୦ଟି ମ୍ୟାଚ୍‌ରୁ ୬ ବିଜୟୀ ସହ ମୋଟ ୨୪ ପଏଣ୍ଟ୍‌ ପାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ପ୍ୟୁମାସ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲାବେଳେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୮ ରନ୍‌ ମଧ୍ୟରେ ପ୍ରଥମ ୫ଜଣ ବ୍ୟାଟ୍ସମ୍ୟାନ ଶସ୍ତାରେ ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମରେ ପ୍ରୟାସ ସି˚ହ ଓ ସୌଭାଗ୍ୟ ମହାନ୍ତି ରକ୍ଷଣାତ୍ମକ ଖେଳିବା ସହ ରନ୍‌ଗତି ବଢାଇଥିଲେ। ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ପ୍ରୟାସ ୫୪ରନ୍‌ରେ ଆଉଟ ହୋଇଥିଲେ। ହେଲେ ପ୍ରୟାସଙ୍କ ପରେ ଆଉ କେହି ଦଳର ଭାର ସମ୍ଭାଳିନଥିଲେ। ଫଳରେ ନିର୍ଧାରିତ ଓଭର ସୁଦ୍ଧା ଦଳ ୮ଵିକେଟ‌୍ ବିନିମୟରେ ୧୦୪ ରନ୍‌ ସ˚ଗ୍ରହ କରିଥିଲା। ଟାଇଗର୍ସ ପକ୍ଷରୁ ମିନାଲ ପରିଡ଼ା ୩, ଶେଖର ମାଝୀ ୨, ବି.ଶିବ ଓ ହର୍ଷିତ ରାଥୋଡ଼ ପ୍ରତ୍ୟେକ ୧ ଵିକେଟ୍‌ ନେଇଥିଲେ। ୧୦୫ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଟାଇଗର୍ସ ମଧ୍ୟ ଆରମ୍ଭରୁ ନିରାଶ କରିଥିଲା। ତଥାପି ଅଧିନାୟକ ଦେବାଶିଷ ସାମନ୍ତରାୟ ୩୧, ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୧୪, ରାଜକିଶନ ପଟେଲ ୧୮*, ହର୍ଷିତ ରାଥୋଡ଼ ୧୪ରନ୍‌ କରି ଦଳକୁ ବିଜୟ ନିକଟତର କରିଥିଲେ। କିନ୍ତୁ ଶେଷ ଓଭରରେ ୧୨ରନ୍‌ ଆବଶ୍ୟକ ହେଉଥିଲାବେଳେ ରାଜକିଶନ ଓ ମିନାଲ ପରିଡ଼ାଙ୍କ ଯୋଡ଼ି ୧୦ ରନ୍‌ ସ˚ଗ୍ରହ କରିପାରିଥିଲେ। ବିଜୟୀ ଦଳ ପାଇଁ ଧୀରାଜ ସି˚ହ ୨, ଟୁକୁନା ସାହୁ ୨, ପ୍ରଶାନ୍ତ ରଣା ୧ ଓ ପ୍ରୟାସ ସି˚ହ ୧ ଵିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପ୍ରୟାସ ସି˚ହଙ୍କୁ ହାଇଟେକ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ପୁରସ୍କାର ପ୍ରଦାନ କରିଥିଲେ।