କଟକ : ଅଭିଷେକ ଯାଦବଙ୍କ ଅପରାଜିତ ଅର୍ଧଶତକ ବଳରେ ଓଡ଼ିଶା ପାନ୍ଥର୍ସ ଏମ୍ଜିଏମ୍ ଓସିଏଲ୍ (ଓଡ଼ିଶା କ୍ରିକେଟ୍ ଲିଗ୍)ରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ପାନ୍ଥର୍ସ ୭ ଵିକେଟରେ ଟାଇଗର୍ସକୁ ପରାସ୍ତ କରିଛି। ଫଳରେ ପାନ୍ଥର୍ସ ଏପର୍ଯ୍ୟନ୍ତ ଖେଳିଥିବା ସବୁ ମ୍ୟାଚ୍ ଜିତି ମୋଟ ୧୬ ପଏଣ୍ଟ ସହ ତାଲିକା ଶୀର୍ଷରେ ରହିଛି। ଶନିବାର ଦୁଇଟି ମ୍ୟାଚ୍ ଯଥାକ୍ରମେ ଚିତାସ୍ ଓ ଲାୟନ୍ସ ଏବ˚ ପ୍ୟୁମାସ୍ ଓ ଟାଇଗର୍ସ ମଧ୍ୟରେ ଖେଳାଯିବ।
ଶୁକ୍ରବାର ମ୍ୟାଚ୍ରେ ପାନ୍ଥର୍ସ ଟସ୍ ଜିତି ବୋଲି˚ କରିଥିଲା। ଆୟୁଷ ନାଏକଙ୍କ ୨୬, ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କ ୨୬, ଅଧିନାୟକ ଦେବାଶିଷ ସାମନ୍ତରାୟଙ୍କ ୧୩, ଅମିନ ଖାନ୍ଙ୍କ ୧୪ ରନ୍ ସହାୟତାରେ ଟାଇଗର୍ସ ୬ ଵିକେଟ ବିନିମୟରେ ୧୨୬ ରନ୍ କରିଥିଲା। ଆଲୋକ ସାହୁ ୩, ଶୁଭମ୍ ନାୟକ ୨, ବସନ୍ତ ମହାନ୍ତି, ଜୟନ୍ତ ବେହେରା, ପ୍ରଦୀପ ପ୍ରଧାନ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ଜବାବରେ ପାନ୍ଥର୍ସ ୩ ବଲ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା। ଅଙ୍କିତ ସି˚ହ ୨୦, ଆଲୋକ ସାହୁ ୧, ବିନୀତ ମହାନ୍ତି ୩୦ ରନ୍ କରି ଆଉଟ୍ ହୋଇଥିଲେ। ଅଭିଷେକ ଯାଦବ ୫୫* (୩୬ ବଲ୍, ୩ ଚୌକା, ୩ ଛକା) ଓ ନିଶିକାନ୍ତ ରାଉତ ୧୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଭିଷେକଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହକି ଓଡ଼ିଶାର ସମ୍ପାଦକ ପ୍ରତାପ ଶତପଥି ପ୍ରଦାନ କରିଥିଲେ।
ସନ୍ଦୀପଙ୍କ ଅର୍ଧଶତକରେ ପ୍ୟୁମାସ୍ ବିଜୟୀ
କଟକ : ଏମ୍ଜିଏମ୍ ଓସିଏଲ୍ରେ ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଓଡ଼ିଶା ପ୍ୟୁମାସ୍ ୬ ଵିକେଟରେ ଓଡ଼ିଶା ଚିତାସ୍କୁ ହରାଇଛି। ଚିତାସ୍ ପ୍ରଥମେ ବ୍ୟାଟି˚ କରି ୬ ଵିକେଟ ବିନିମୟରେ ୧୨୭ ରନ୍ରେ ସ˚ଗ୍ରହ କରିଥିଲା। ଅଭିଷେକ ରାଉତ ସର୍ବାଧିକ ୩୫, ରାମଚନ୍ଦ୍ର ବେହେରା ୨୯, ଅନୁରାଗ ଷଡ଼ଙ୍ଗୀ ୨୫ ରନ୍ କରିଥିଲାବେଳେ ପ୍ୟୁମାସ୍ର ଟୁକୁନା ସାହୁ ୨, ପ୍ରଶାନ୍ତ ରଣା, ପ୍ରୟାସ ସି˚ହ, ଧୀରାଜ ସି˚ହ ପ୍ରତ୍ୟେକ ଗୋଟିଏ ଲେଖାଏଁ ଵିକେଟ୍ ନେଇଥିଲେ। ଜବାବରେ ପ୍ୟୁମାସ୍ ୧୮.୪ ଓଭରରେ ୪ ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସନ୍ଦୀପ ପଟ୍ଟନାୟକ ଅପରାଜିତ ୫୧, ପୂର୍ଣ୍ଣଚନ୍ଦ୍ର ମାଝୀ ୩୦, ଅରବିନ୍ଦ ସି˚ହ ୧୮, ପ୍ରତୀକ ଦାସ ୧୮ ରନ୍ ସ˚ଗ୍ରହ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।