ସେମିରେ ପାନ୍ଥର୍ସ-ଟାଇଗର୍ସ, ଲାୟନ୍ସ-ପ୍ୟୁମାସ୍‌

କଟକ: ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌)ର ସେମିଫାଇନାଲ୍‌ରେ ଓଡ଼ିଶା ପାନ୍ଥର୍ସ-ଟାଇଗର୍ସ ଏବଂ ଓଡ଼ିଶା ଲାୟନ୍ସ-ପ୍ୟୁମାସ୍‌ ମୁହାଁମୁହିଁ ହେବେ। ମଙ୍ଗଳବାର ଉଭୟ ସେମିଫାଇନାଲ ଖେଳାଯିବ। ରବିବାରର ରାତି ମ୍ୟାଚ୍‌ରେ ପାନ୍ଥର୍ସଠୁ ୯ ୱିକେଟ୍‌ରେ ପରାସ୍ତ ହେବା ସତ୍ତ୍ବେ ଟାଇଗର୍ସ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ରେ ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୮ୱିକେଟ୍ ବିନିମୟରେ ୮୪ ରନ୍ ସଂଗ୍ରହ କରିଥିଲା। ଅମିନ ଖାନ୍ ୧୧, ହର୍ଷିତ ରାଥୋଡ ୨୨, ଶେଖର ମାଝୀ ୧୬ ରନ୍ କରିଥିଲାବେଳେ ପାନ୍ଥର୍ସର ଜୟନ୍ତ ବେହେରା ୪, ଶୁଭମ ନାୟକ ୨, ଆଲୋକ ସାହୁ ଓ ପ୍ରଦୀପ ପ୍ରଧାନ ୧ଟି ଲେଖାଏଁ ୱିକେଟ୍ ନେଇଥିଲେ। ପାନ୍ଥର୍ସ ବିଜୟ ଲକ୍ଷକୁ ୧୬.୨ ଓଭରରେ ସିଦ୍ଧାନ୍ତ ଜେନାଙ୍କ (୨୫) ୱିକେଟ୍ ହରାଇ ହାସଲ କରିଥିଲା। ଅଙ୍କିତା ସିଂହ ୩୫ ଓ ବିନୀତ ମହାନ୍ତି ୨୨ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଜୟନ୍ତ ବେହେରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ କିଟ୍‌ର କ୍ରୀଡା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପୁରସ୍କାର ପ୍ରଦାନ କରିଥିଲେ।

ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଲାୟନ୍ସ ୨୨ ରନ୍‌ରେ ଚିତାସ୍‌କୁ ହରାଇ ସେମିଫାଇନାଲ୍‌କୁ ଯାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିବା ଲାୟନ୍ସ ୬ ଵିକେଟ୍ ବିନିମୟରେ ୧୩୩ ରନ୍‌ କରିଥିଲା। ସ୍ବସ୍ତିକ ସାମଲ ୪୦, ଶୁଭ୍ରଜ୍ୟୋତି ମିଶ୍ର ୩୦, ଅ˚ଶୁମାନ ତ୍ରିପାଠୀ ୨୫, ରାକେଶ ପଟ୍ଟନାୟକ ୨୦ ରନ୍‌ କରିଥିଲେ। ଚିତାସ୍‌ ପକ୍ଷରୁ ଅଭିଷେକ ରାଉତ ୨, ମୃଣ୍ମୟ ତ୍ରିପାଠୀ, ମନୋଜ ବାରିକ, ମନୀଷ ରାଉତ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ। ଚିତାସ୍‌ କିନ୍ତୁ ଆରମ୍ଭରୁ ଧୀମା ଖେଳିବା ସହ ନିୟମିତ ବ୍ୟବଧାନରେ ଵିକେଟ୍‌ ହରାଇଥିଲା। ଶେଷକୁ ୧୧୧/୯ରେ ସୀମିତ ରହିଥିଲା। ବାଦଲ ଭୋଳ ସର୍ବାଧିକ ୨୨, ମୋରାଜୁ ପ୍ରଶାନ୍ତ ୨୧ ରନ୍‌ କରିଥିଲେ। ବିଜୟୀ ଦଳର ନୌତମ ଭଞ୍ଜ ଓ ବିକାଶ ରାଉତ ଦୁଇଟି ଲେଖାଏଁ ଏବ˚ ଶିବାଶିଷ ସାହୁ, ଦୀପକ ବେହେରା, ରାକେଶ ପଟ୍ଟନାୟକ, ଅଭିଷେକ ଗିରି ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ସ୍ବସ୍ତିକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ହଂକଂ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅ˚ଶୁମାନ ରଥ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର