କଟକ: ଓସିଏଲ୍ରେ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଓଡ଼ିଶା ପାନ୍ଥର୍ସ ଡିଏଲ୍ ପଦ୍ଧତି ଅନୁଯାୟୀ ୨୪ ରନ୍ରେ ଓଡ଼ିଶା ଚିତାସ୍କୁ ହରାଇଛି। ପାନ୍ଥର୍ସ ଲଗାତାର ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷସ୍ଥାନ ଦଖଲ କରିଥିଲା ବେଳେ ଚିତାସ୍ର ଏହା ଥିଲା ପ୍ରଥମ ପରାଜୟ। ଶୁକ୍ରବାର ଟାଇଗର୍ସ ଓ ପାନ୍ଥର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଏବ˚ ଚିତାସ୍ ଓ ପ୍ୟୁମାସ୍ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ।
ଗୁରୁବାର ଟସ୍ ହାରିଥିବା ପାନ୍ଥର୍ସ ଅଙ୍କିତ ସି˚ହଙ୍କ ୩୮, ସିଦ୍ଧାନ୍ତ ଜେନାଙ୍କ ୧୬, ଅଭିଷେକ ଯାଦବଙ୍କ ୩୬, ର˚ଜିତ ପାଇକରାୟଙ୍କ ୧୩ ରନ୍ ସହାୟତାରେ ୯ ଵିକେଟ ବିନିମୟରେ ୧୩୪ ରନ୍ କରିଥିଲା। ମନୋଜ ବାରିକ ୨୪ ରନ୍ ବ୍ୟୟ କରି ୫ ଵିକେଟ ଅକ୍ତିଆର କରିଥିଲେ। ଆଲୋକ ସାହୁ, ବିନିତ ମହାନ୍ତି, ଅଭିଷେକ ଯାଦବ, ର˚ଜିତ ପାଇକରାୟ, ଶୁଭମ ନାୟକ ତାଙ୍କର ଶିକାର ହୋଇଥିଲେ। ଜବାବରେ ଚିତାସ୍ର ପାଵାର ପ୍ଲେ ସୁଦ୍ଧା ୨୧/୪ରେ ସଂଘର୍ଷ କରିଥିଲା। ତେବେ ଏହି ସମୟରେ ୩ ନମ୍ବର ଗ୍ୟାଲେରି ପଛ ଫ୍ଲଡ୍ ଲାଇଟ୍ରେ ବୈଷୟିକ ତ୍ରୁଟି ଦେଖାଦେବାରୁ ମ୍ୟାଚ ଘଣ୍ଟାଏ ବନ୍ଦ ରହିଥିଲା। ଏକ ଘଣ୍ଟା ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲେ ବି ଡିଏଲ୍ ପଦ୍ଧତିରେ ବିଜୟ ଲକ୍ଷ୍ୟରେ ପରିବର୍ତ୍ତନ ହୋଇଥିଲା। ମୋଟ ୧୦ ଓଭର ମଧ୍ୟରେ ଚିତାସ୍କୁ ୮୩ ରନ୍ ଧାର୍ଯ୍ୟ ହୋଇଥିଲା। ହେଲେ ପରବର୍ତ୍ତୀ ୪ ଓଭରରେ ଚିତାସ୍ ମାତ୍ର ୩୭ ରନ୍ ଯୋଡ଼ିପାରିବା ସହ ଆଉ ୨ ଵିକେଟ ଖସିଯାଇଥିଲା। ଫଳରେ ପାନ୍ଥର୍ସ ଏହି ମ୍ୟାଚକୁ ୨୪ ରନ୍ରେ ଜିତିନେଇଥିଲା। ଶୁଭମ୍ ନାୟକ ଓ ବସନ୍ତ ମହାନ୍ତି ଦୁଇଟି ଲେଖାଏଁ ଵିକେଟ ନେଇଥିଲେ। ୫ ଵିକେଟ ପାଇଥିବା ମନୋଜ ବାରିକଙ୍କୁ ଓସିଏ ସଦସ୍ୟ ଗୌତମ ଗଜପତି ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରିଥିଲେ।