ମୁମ୍ବାଇ: କ୍ରିକେଟ୍‌ର ସ୍ବାମୀ ବିରାଟ‌ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ମଧୁର ସଂପର୍କ ବିଷୟରେ କାହାକୁ ବି ଅଛପା ନାହିଁ। ସେମାନଙ୍କ ସଂପର୍କର ନିବିଡ଼ତା ବେଳେ ବେଳେ ବାହାରକୁ ବି ଦେଖାଯାଏ। ଦୁହେଁ ଦୁହିଁଙ୍କୁ ନେଇ ବେଶ୍‌ ଯତ୍ନଶୀଳ। ସର୍ବସାଧାରଣ ସ୍ଥାନରେ ବି ଏକଥା ଫୁଟିକରି ଦେଖାଯାଏ। ନିକଟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ପ୍ରେମପକ୍ଷୀ।

Advertisment

ନିକଟରେ ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌ ସାମ୍ନାରେ ଦେଖିବାକୁ ମିଳିଥିଲା। ସେମାନଙ୍କୁ ରେଷ୍ଟୁରାଣ୍ଟ୍‌ ବାହାରେ ଦେଖିବା ମାତ୍ରେ ଫଟୋଗ୍ରାଫରମାନେ ଫ‌େଟୋ ଉଠାଇବାର ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ଫଟୋଗ୍ରାଫର୍‌ମାନେ ଭୁଲ୍‌ବଶତଃ ଅନୁଷ୍କାଙ୍କୁ ମ୍ୟାମ୍‌ ବଦଳରେ ସାର୍‌ କହି ସମ୍ବୋଧନ କରିଥିଲେ। ତାପରେ କ’ଣ ହେଲା ଜାଣନ୍ତି? ବିରାଟ୍‌ ତତ୍‌କ୍ଷଣାତ ମଜାକିଆ ଅନ୍ଦାଜରେ କହିଥିଲେ ବି ମୋ‌ତେ ଏବେ ମ୍ୟାମ୍‌ ବୋଲି ଡାକିଦିଅ।

ଏହି ସମୟର ଭିଡିଓ ଏବେ ଖୁବ୍‌ ‌ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ବିରାଟ ଓ ଅନୁଷ୍କା ଫଟୋଗ୍ରାଫର୍‌ଙ୍କୁ ଫଟୋ ପୋଜ ଦେଉଛନ୍ତି।ଫଟୋଗ୍ରାଫର ସେ ଦୁହିଁଙ୍କୁ ବିରାଟ ସାର୍‌ ଓ ଅନୁଷ୍କା ମ୍ୟାମ୍‌ କହି ପୋଜ୍‌ ଦେବାକୁ କହୁଛନ୍ତି। ଏହାରି ମଧ୍ୟରେ ଜଣେ ଫଟୋଗ୍ରାଫର୍‌ ଭୁଲ୍‌ରେ ‘ଅନୁଷ୍କା ମ୍ୟାମ୍‌’ ବୋଲି କହି ଆସୁଥିବା ବେଳେ ପୁଣି କଥା ବଦଳାଇ ଦେଇଛନ୍ତି। ମାତ୍ର ତାହାକୁ ଧରି ପକାଇଛନ୍ତି ବିରାଟ। ତାପରେ ‘ବିରାଟ ମ୍ୟାମ୍‌’ ବୋଲି ଡାକିବାକୁ ସେ ହସିକରି ଫଟୋଗ୍ରାଫର୍‌ଙ୍କୁ କହୁଛନ୍ତି।