ବୋର୍ଡ ଏକାଦଶରେ ପପୁ

କଟକ: ଓଡ଼ିଶା ରଣଜୀ ଦଳରେ ଯଥେଷ୍ଟ ସୁଯୋଗ ନ ପାଇଲେ ବି ନିଜ ପ୍ରତିଭା ଯୋଗୁଁ ଏବେ ଯୁବ ବାମହାତୀ ସ୍ପିନର୍‌ ପପୁ ରାଏ ପୁଣି ଥରେ ଜାତୀୟସ୍ତରରେ ପ୍ରଭାବ ବିସ୍ତାର କରିବାକୁ ଯାଉଛନ୍ତି। ଆସନ୍ତା ୧୮ ତାରିଖରୁ ଥିରୁବନ୍ତପୁରମ୍‌ରେ ଖେଳାଯିବାକୁଥିବା ଇ˚ଲଣ୍ତ ଲାୟନ୍ସ ବିପକ୍ଷ ତିନିଦିନିଆ ଵାର୍ମ ଅପ୍‌ ମ୍ୟାଚ୍‌ ପାଇଁ ପପୁ ବୋର୍ଡ ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ଝାଡ଼ଖଣ୍ତର ଇଶାନ କିଷାନଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ପପୁଙ୍କ ସହ ଋତୁରାଜ ଗାଏକ୍ବାର୍ଡ, ଅନମୋଲପ୍ରୀତ ସି˚ହ, ଦୀପକ ହୁଦା, ରଜତ ପଟିଦାର, ରିକି ଭୁଇ, ହିମ୍ମତ ସି˚ହ, ମୟଙ୍କ ମାର୍କଣ୍ତେ, ଜୟନ୍ତ ଯାଦବ, ପଙ୍କଜ ଜୈସୁଵାଲ, ତୁଷାର ଦେଶପାଣ୍ତେ ଓ ନବଦୀପ ସାଇନି ସ୍ଥାନ ପାଇଛନ୍ତି। ଏଥିପୂର୍ବରୁ ପପୁ ଦେଓଧର ଟ୍ରଫିରେ ଭାରତ ସି’ ଦଳରେ ସ୍ଥାନ ପାଇଥିଲେ।
ଓଡ଼ିଶା କନିଷ୍ଠ ଦଳରେ ଚମତ୍କାର ବୋଲି˚ ଯୋଗୁଁ ତାଙ୍କୁ ଚଳିତ ଋତୁରେ ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ବରିଷ୍ଠ ଦଳରେ ପ୍ରଥମ ସୁଯୋଗ ମିଳିଥିଲା। ସମସ୍ତ ୮ମ୍ୟାଚ୍‌ ଖେଳିଥିଲା ବେଳେ ୧୬ ଵିକେଟ୍‌ ପାଇଥିଲେ। ହାଇଦ୍ରାବାଦ ବିପକ୍ଷରେ ୩୮ ରନ୍‌ ବିନିମୟରେ ଅକ୍ତିଆର କରିଥିବା ୩ ଵିକେଟ୍‌ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏହି ପ୍ରଦର୍ଶନ ପାଇଁ ରାଜ୍ୟ ରଣଜୀ ଦଳର ସ୍ପିନ୍‌ ବିଭାଗରେ ଭଲ ବିକଳ୍ପ ଭାବେ ପପୁଙ୍କ ଗଣନା କରାଯାଇଥିଲା ବେଳେ ହରିୟାନା ବିପକ୍ଷରେ ଭୁବନେଶ୍ବରରରେ ରଣଜୀ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ମାତ୍ର ୧ ଵିକେଟ ପାଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ବିପକ୍ଷରେ ସେ କୌଣସି ଵିକେଟ ନ ପାଇବାରୁ ଦଳରେ ଆଉ ସୁଯୋଗ ମିଳିନଥିଲା। ତଥାପି ବିଜୟ ହଜାରେ ପ୍ରଦର୍ଶନକୁ ବିଚାରକୁ ନେଇ ପପୁଙ୍କୁ ଦେଓଧର ଟ୍ରଫିର ଭାରତ ସି’ ଦଳରେ ସୁଯୋଗ ଦିଆଯାଇଥିଲା। ଭାରତ ବି’ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳି ମୋଟ ୬ ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର