ଜାକର୍ତା: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ପାରା ଏସିଆଡ୍ ପ୍ରତିଯୋଗିତାରେ ବୁଧବାର ତୀରନ୍ଦାଜୀରେ ହରବିନ୍ଦର ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ରିକର୍ଭ ଫାଇନାଲ୍ରେ ଚୀନ୍ର ଝାଓ ଲିକ୍ସୁଙ୍କୁ ୬-୦ରେ ହରାଇ ଭାରତକୁ ସପ୍ତମ ସ୍ବର୍ଣ୍ଣ ଭେଟି ଦେଇଥିଲେ। ଏହି ସ୍ବର୍ଣ୍ଣ ବାଦ୍ ପଞ୍ଚମ ଦିନ ଭାରତକୁ ଆଉ ୮ (୪ ରୌପ୍ୟ ଓ ୪ କାଂସ୍ୟ) ପଦକ ମିଳିଥିଲା। ଭାରତ ମୋଟ ଉପରେ ୩୭ (୭ ସ୍ବର୍ଣ୍ଣ, ୧୩ ରୌପ୍ୟ, ୧୭ କାଂସ୍ୟ) ପଦକ ସହ ତାଲିକାରେ ନବମ ସ୍ଥାନରେ ରହିଛି। ବୁଧବାର ମହିଳା ଚେସ୍ ବ୍ୟକ୍ତିଗତ ଷ୍ଟାଣ୍ଡାର୍ଡ ପି-୧ରେ ରୁଦ୍ୟରାଜ ଜେନିଥା ଆଣ୍ଟୋ କାନିସ୍କାଇ ରୌପ୍ୟ, ଦଳଗତ ଷ୍ଟାଣ୍ଡାର୍ଡ-୪ ବି/ବି/୩ରେ ମୃନାଲ ପ୍ରକାଶ ପାଣ୍ଡେ, ମେଘା ଚକ୍ରବର୍ତ୍ତୀ, ତିଜାନ ପୁନରାମ ଗାୱାରଙ୍କୁ ନେଇ ଗଠିତ ଭାରତୀୟ ଦଳ କାଂସ୍ୟ ଏବଂ ଦଳଗତ ଷ୍ଟାଣ୍ଡାର୍ଡ ପି-୧ରେ ରୁଦ୍ୟରାଜ ଓ ପେଅମା କାନିଶ୍ରୀ ରାଜୁ କାଂସ୍ୟ ଜିତିଥିଲେ। ସେହିପରି ପୁରୁଷ ଡିସ୍କସ୍ ଏଫ୍-୧୧ରେ ମୋନୁ ଘଙ୍ଗାସ୍ ଓ ଲମ୍ବ ଡିଆଁ ଟି-୪୩/୬୧/୬୩ରେ ବିଜ୍ର କୁମାର େରୗପ୍ୟ ଏବଂ ସଟ୍ପୁଟ୍ ଏଫ୍-୪୬ରେ ୟାସିର ମହମ୍ମଦ କାଂସ୍ୟ ପାଇଥିଲେ। ପୁରୁଷ ଭାରୋତ୍ତୋଳନ (୮୦ କିଲୋଗ୍ରାମ୍)ରେ ସୁଧୀର କାଂସ୍ୟ କରାୟତ କରିଥିଲେ। ଟେବୁଲ ଟେନିସ୍ ମହିଳା ଯୁଗଳରେ ଭବିନାବେନ୍ ପାତେକ୍ଲ ଓ ହସମୁଖ ବାଇ ରୌପ୍ୟ ପଦକ ଜିତିଥିଲେ।
୧୦୦ ମିଟରରେ ଜୟନ୍ତୀ ପଞ୍ଚମ
ବୁଧବାର ଓଡ଼ିଆ ଝିଅ ଜୟନ୍ତୀ ବେହେରା ୧୦୦ ମିଟର ଦୌଡ଼ରେ ପଞ୍ଚମ ସ୍ଥାନରେ ରହି ପଦକ ପାଇବାରେ ବିଫଳ ହୋଇଥିଲେ। ମଙ୍ଗଳବାର ୨୦୦ ମିଟରରେ କାଂସ୍ୟ ଜିତିଥିବା ଜୟନ୍ତୀ ୧୦୦ ମିଟର ଦୌଡ଼ ଟି-୪୫/୪୬/୪୭ ବର୍ଗେର ୧୩.୭୬ ସମୟ ନେଇ ନିଜ ହିଟ୍ରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ପହଞ୍ଚିଥିଲେ। ଫାଇନାଲ୍ରେ ପୂର୍ବ ସମୟଠୁ ଉନ୍ନତ ପ୍ରଦର୍ଶନ କରି ୧୩.୫୫ ସେକେଣ୍ଡ୍ ସମୟରେ େରସ୍ ଶେଷ କରିଥିଲେ। ହେଲେ ପଦକ ଜିତିବାେର ବିଫଳ ହୋଇଥିଲେ। ଏହି ବର୍ଗରେ ଚୀନ୍ର ଲି ଲୁ (୧୨.୫୭) ସ୍ବର୍ଣ୍ଣ ଓ ୱାଙ୍ଗ୍ ୟାନ୍ପିଙ୍ଗ୍ (୧୩.୦୭) େରୗପ୍ୟ ଏବଂ ଜାପାନ୍ର ସାଏ ସିଗେମୋଟୋ (୧୩.୧୦) କାଂସ୍ୟ ପଦକ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/2-Archer-Harvinder-Singh.jpg)