ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଚଳିତ ପାରା ଏସିଆଡ୍ ପ୍ରତିଯୋଗିତାରେ ଭାରତ ତୃତୀୟ ଦିନ ସୁଦ୍ଧା ୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୮ କାଂସ୍ୟ ସହ ୧୭ ପଦକ ଜିତିଛି। ରବିବାର ଦ୍ବିତୀୟ ଦିନରେ ୬ ପଦକ ମିଳିଥିଲା ବେଳେ ସାମବାର ଏଥିରେ ଆଉ ୧୧ ମିଶିଛି। ପୁରୁଷ ଜାଭଲିନ୍ରେ ସନ୍ଦୀପ ଚୌଧୁରୀ, ପୁରୁଷ ୫୦ ମିଟର ବଟରଫ୍ଲାଏରେ ସୂୟାଶ ଯାଦବ ଓ ପୁରୁଷ ୧୫୦୦ ମିଟର ଦୌଡ଼ରେ ରାଜୁ ରକ୍ଷିତା ସ୍ବର୍ଣ୍ଣ ଜିତିଥିଲେ। ମିଶ୍ରିତ ୫୦ ମିଟର ଫ୍ରି ପିସ୍ତଲରେ ମନୀଷା ନରୱାଲ୍ ରୌପ୍ୟ ଏବଂ ଶିଙ୍ଘରାଜ କାଂସ୍ୟ ଜିତିଥିଲେ। ୫୦ କିଲୋଗ୍ରାମ ଶକ୍ତିଉତ୍ତୋଳନରେ ସକିନା ଖାତୁନ, ମହିଳା ଜାଭଲିନ୍ରେ ରମ୍ୟା ନାଗରାଜନ ରୌପ୍ୟ ଓ ଦୀପା ମଲ୍ଲିକ କାଂସ୍ୟ ଜିତିଥିଲା ବେଳେ ମହିଳା ୧୫୦୦ ମିଟରରେ ରାଧା ଭେଙ୍କଟେସ୍ ରୌପ୍ୟ ପାଇଥିଲେ। ମହିଳା ୧୦୦ ମିଟର ବଟରଫ୍ଲାଏରେ ଦେବାଂଶୀ ସତିଜା (ମହିଳା) ଓ ସ୍ବପ୍ନୀଲ ପଟେଲ୍ (ପୁରୁଷ) କାଂସ୍ୟ ଜିତିଥିଲେ।