ଭୁବନେଶ୍ବର: ପେରୁ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଓଡ଼ିଆ ତାରକା ପ୍ରମୋଦ ଭଗତ ନିଜ ବିଜୟ ଧାରା ଜାରି ରଖି ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସୋମବାର ସେ ଉଭୟ ଏକକ ଓ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି। ଏକକ ଫାଇନାଲ୍ ମୁକାବିଲାରେ ପ୍ରମୋଦ ୨୧-୧୮, ୨୧-୧୫, ୨୧-୧୪ରେ ନିଜ ଦେଶର ନୀତୀଶ କୁମାରଙ୍କୁ ପରାସ୍ତ କରିଥିଲେ। ସେହିଭଳି ପ୍ରମାଦ ଓ ମନୋଜ ସରକାର ଯୋଡ଼ି ଯୁଗଳ ଫାଇନାଲରେ ଫ୍ରାନ୍ସର ଗୁଇଲାଉମେ ଗାଲି ଓ ମାଥିଏ ଥୋମାସଙ୍କୁ ୨୧-୧୯, ୨୧-୯ରେ ହରାଇଥିଲେ। ଏହି ପ୍ରତିଯୋଗିତା ପୂର୍ବରୁ ପ୍ରମୋଦ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନସିପ୍ରେ ଏକକ ଓ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସଂପ୍ରତି ପ୍ରମୋଦ ଟୋପିଓ ଅଲିମ୍ପିକ୍ସ ଯୋଗ୍ୟତା ମାନ୍ୟତାରେ ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛନ୍ତି।