ମ୍ୟୁନିକ୍: ପାରାଲିମ୍ପିକ୍ସ ପଦକ ବିଜେତା ସିଂଘରାଜ ଅଧାନା ଅନ୍ତିମ ଦିବସରେ ୨ଟି ସ୍ବର୍ଣ୍ଣ ଜିତିବା ପରେ ଭାରତ ଏଠାରେ ଚାଲିଥିବା ପାରା ବନ୍ଧୁକଚାଳନା ବିଶ୍ବକପ୍ରେ ମୋଟ ୧୦ ପଦକ ହାସଲ କରି ସର୍ବଶ୍ରେଷ୍ଠ ପ୍ରଦର୍ଶନର କୀର୍ତ୍ତିମାନ ରଚିଛି। ସିଂଘରାଜ ବ୍ୟକ୍ତିଗତ ବର୍ଗରେ ଏବଂ ନିଜ ଦେଶର ଦୀପେନ୍ଦ୍ର ସିଂହ ଓ ମନୀଷ ନରୱାଲଙ୍କୁ ସାଥୀ କରି ଦଳଗତ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। ଏହା ପୂର୍ବରୁ ରାହୁଲ ଜାଖର ବ୍ୟକ୍ତିଗତ ଏବଂ ସିଂଘରାଜ-ନିହାଲ ଓ ମନୀଷ-ରୁବିନା ଫ୍ରାନ୍ସିସ୍ ଦଳଗତ ସ୍ବର୍ଣ୍ଣ ଜିତିଥିଲେ। ଅନ୍ତିମ ଦିବସରେ ସିଂଘରାଜଙ୍କ ଯୁଗଳ ପଦକ ବଳରେ ଭାରତ ମଧ୍ୟ ପଦକ ତାଲିକାର ଶୀର୍ଷରେ ଅଭିଯାନ ଶେଷ କରିଛି। ଭାରତ ୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି। ୨୦୧୭ରେ ପ୍ରଥମ ଥର ଲାଗି ବିଶ୍ବକପ୍ରେ ଅଂଶଗ୍ରହଣ କରିଥିବା ଭାରତର ଏହା ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ। ମ୍ୟୁନିକ୍ ବିଶ୍ବକପ୍ରେ ଭାରତ ପଛକୁ ଫ୍ରାନ୍ସ (୧୧ ପଦକ, ୪ ସ୍ବର୍ଣ୍ଣ) ଏବଂ ୟୁକ୍ରେନ (୧୫ ପଦକ, ୩ ସ୍ବର୍ଣ୍ଣ) ସ୍ବର୍ଣ୍ଣ ବ୍ୟବଧାନରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି।
ପାରା ବନ୍ଧୁକଚାଳନା ବିଶ୍ବକପ୍: ୧୦ ପଦକ ସହ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ
/sambad/media/post_attachments/wp-content/uploads/2022/07/para-shooting-world-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)