ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍ କ୍ରିକେଟ୍ ଲିଗ୍। ରାଜ୍ୟର ବଛାବଛା ଖେଳାଳିଙ୍କୁ ନେଇ ଗଠିତ ୪ ଦଳ ଭୁବନେଶ୍ବର ୱାରିୟର୍ସ, ଭୁବନେଶ୍ବର ଷ୍ଟ୍ରାଇକର୍ସ, କଟକ ଜାଗୁଆର୍ସ ଏବଂ ପାରାମାଉଣ୍ଟ ସ୍ପୋର୍ଟିଂସ ଏଥିରେ ଅଂଶଗ୍ରହଣ କରିଛନ୍ତି। ୫୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯାଉଥିଲା ବେଳେ ଧଳା ବଲ୍ ଓ ରଙ୍ଗୀନ ପୋଷାକ ବ୍ୟବହାର କରାଯାଉଛି। ୱାରି୍ରର୍ସକୁ ୧୫ ରନ୍ରେ ପରାସ୍ତ କରି ଜାଗୁଆର୍ସ ଦଳ ଉଦ୍ଘାଟନୀ ମ୍ୟାଚ୍ ଜିତିନେଇଛି।
ଟସ୍ ହାରି ବ୍ୟାଟିଂ ପାଇଥିବା ଜାଗୁଆର୍ସ ସମ୍ବିତ ସାହୁ (୧୦୬)ଙ୍କ ଶତକ ଓ ଯଜ୍ଞଜିତ୍ ସାହୁ (୫୪)ଙ୍କ ଅର୍ଦ୍ଧଶତକ ବଳରେ ୬ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। ୱାରିୟର୍ସ ପରୁ ମିତେନ ପଟେଲ ଓ ସୌଭାଗ୍ୟ ବେହେରା ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ୱାରିୟର୍ସ ୨୬୨ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଚର୍ଚ୍ଚିଲ ବେହେରା ୪, ସୋହମ ଜ୍ୟୋତି ୩ ଓ ସ୍ବାଧୀନ ପାତ୍ର ୨ ୱିକେଟ୍ ନେଇଥିଲେ। ଭବ୍ୟଜ୍ୟୋତି ବିଷୋଇ (୯୬) ଓ ଅଭିଷେକ ମହନ୍ତ (୭୪)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବେକାର ଯାଇଥିଲା। ଶତକୀୟ ପାଳି ପାଇଁ ସମ୍ବିତ ସାହୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ପୂର୍ବତନ ରଣଜୀ ତାରକା ସୁଶାନ୍ତ ରଥ ପ୍ରଦାନ କରିଥିଲେ। ଭକ୍ତିସାଗର ନାୟକଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଟ୍ରଫି ମିଳିଥିଲା। ଶକ୍ତିସ୍ବରୂପ ଦାଶ ଓ ତପନ କୁମାର ବେହେରା ମ୍ୟାଚ୍ ପରିଚାଳନା କରିଥିଲେ। ରଶ୍ମିରଞ୍ଜନ ମଲ୍ଲ ସ୍କୋରର୍ ରହିଥିଲେ।
ଭୁବେନଶ୍ବର ଜିଲ୍ଲା ଦୌଡ଼କୁଦ ସଂଘ ସଂପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। କ୍ଲବ୍ର ସଭାପତି ପ୍ରତାପ ଜେନା ଓ ସଂପାଦକ ଅଶୋକ ପାତ୍ର ମୁଖ୍ୟ ଅତିଥି ଡକ୍ଟର ପରିଜାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ।
ପାରାମାଉଣ୍ଟ କ୍ରିକେଟ୍ ଲିଗ୍: କଟକ ଜାଗୁଆର୍ସ ବିଜୟୀ
/sambad/media/post_attachments/wp-content/uploads/2022/01/d1g65da45dga4dga65dga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)