ଭୁବନେଶ୍ବର: ଅମରେନ୍ଦ୍ର ପ୍ରସାଦ ବଳଙ୍କ ସ୍ମୃତିରେ ଚାଲିଥିବା ୧୫ ବର୍ଷରୁ କମ୍ ଚତୁର୍ଥ ରାମେଶ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଦ୍ବିତୀୟ ଦଳ ଭାବେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି। ବୁଧବାର ଫାଇନାଲ୍ରେ ଏହି ଦଳ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍କୁ ଭେଟିବ। ମଙ୍ଗଳବାର ସେମିଫାଇନାଲ୍ରେ ପାରାମାଉଣ୍ଟ ୧୦୯ ରନ୍ରେ ଗ୍ରିନ୍ସ କ୍ରିକେଟ୍ ଏକାଡେମିକୁ ପରାସ୍ତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଏସ୍ଏସ୍ ବେହେରା ୪୮ (୬୨ ବଲ୍) ରନ୍ କରିଥିଲେ। ଗ୍ରିନ୍ର ଏ ଚାନ୍ଦ ୫/୧୧ ବୋଲିଂ ସଫଳତା ପାଇଥିଲେ। ଜବାବରେ ଗ୍ରିନ୍ ୩୧ ଓଭରରେ ସମସ୍ତ ୱିକେଟ୍ ହରାଇ ୯୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପାରାମାଉଣ୍ଟର ଏ ମହାନ୍ତି ୪/୨୭ ଓ ଏସ୍କେ ନକିବ୍ ୪/୧୮ ବୋଲିଂ ସଫଳତା ପାଇଥିଲେ। ଘାତକ ବୋଲିଂ ପାଇଁ ନକିବ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଓଡ଼ିଶା କନିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା ପ୍ରଦାନ କରଥିଲେ। ଆଲୋକ ଦାସ ଓ କୃଷ୍ଣ ଚନ୍ଦ୍ର ବାରିକ ମ୍ୟାଚ୍ ପରିଚାଳନା କରିଥିଲା ବେଳେ ତୀର୍ଥଙ୍କର ସାହୁ ଓ ଜଗଦୀଶ ମହାପାତ୍ର ସ୍କୋରର୍ ଥିଲେ।
ରାମେଶ୍ବର କପ୍ ଫାଇନାଲ୍ରେ ପାରାମାଉଣ୍ଟ
/sambad/media/post_attachments/wp-content/uploads/2022/01/f465hsf465465sfhfhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)