କଟକ: ଅଷ୍ଟମ ବାର୍ଷିକ ଭଜକୃଷ୍ଣ ପ୍ରଧାନ ସ୍ମାରକୀ ପଞ୍ଚୁପାଣ୍ଡବ କପ୍ କ୍ରିକେଟ ପ୍ରତିଯୋଗିତାରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂ ସେମି ଫାଇନାଲ୍ରେ ପ୍ରବେଶ କରିଛି। ଯାଜପୁର ପାରିପଲେଇସ୍ଥିତ ଲାୟନ୍ସ ପଡ଼ିଆରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ପାରାମାଉଣ୍ଟ ୭ ଓ୍ଵିକେଟ୍ରେ ଆୟୋଜକ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ୍କୁ ପରାସ୍ତ କରିଥିଲା। ପଞ୍ଚୁପାଣ୍ଡବ ଦଳ ନିର୍ଧାରିତ ୨୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୧ ରନ୍ କରିଥିଲା। ଜବାବରେ ପାରାମାଉଣ୍ଟ ୩ ଓ୍ଵିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା। ବିଜୟୀ ଦଳର ସୁମିତୋଷ ପ୍ରହରାଜ ୪୩ ରନ୍ କରିଥିଲା ବେଳେ ଗୋଟିଏ ଓ୍ଵିକେଟ ଅକ୍ତିଆର କରିଥିଲେ। ତାଙ୍କୁ ଭଗତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ଦେବାଶିଷ ରାଉତରାୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍କୁ ପ୍ରଭାତ କୁମାର ଜେନା ଓ କମଳାକାନ୍ତ ପଣ୍ଡା ପରିଚାଳନା କରିଥିଲେ।
ପଞ୍ଚୁପାଣ୍ଡବ କପ୍ କ୍ରିକେଟ୍: ସେମିରେ ପାରାମାଉଣ୍ଟ
/sambad/media/post_attachments/wp-content/uploads/2018/02/7-Panchupandab-Cup-cricket-tournament-day-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)