ପ୍ରାଚୀ ଭୂଷଣ ସ୍ମାରକୀ କ୍ରିକେଟ୍ ସେମିରେ ପାରାମାଉଣ୍ଟ୍‌

ଭୁବନେଶ୍ବର: ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଚାଲିଥିବା ଡକ୍ଟର ପ୍ରାଚୀ ଭୂଷଣ ତ୍ରିପାଠୀ ସ୍ମାରକୀ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ତୃତୀୟ ଦଳ ଭାବେ ସେମିଫ‌ାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୬ ୱିକେଟ୍‌ରେ ସୋଲାର କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଦେଇଛି। ବୋଲିଂ ସଫଳତା ପାଇଁ ରିତେଶ ପ୍ରିୟରଞ୍ଜନ (୬-୩-୧୪-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। କ୍ରିକେଟର୍‌ ଦେବାଶିଷ ସାମନ୍ତରାୟ, ନରେନ୍ଦ୍ର ଦାଶ ଓ ଅକ୍ଷୟ କୁମାର ଜେନା ଅତିଥି ଭାବେ ଯୋଗଦେଇଥିଲେ। ସୁଶାନ୍ତ ଦା‌ଶ ଓ ତପନ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ ଓ ୟୁନିୟନ ସ୍ପୋର୍ଟିଂ ମଧ୍ୟରେ ଶେଷ କ୍ବାର୍ଟର ଫାଇନାଲ୍‌ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ସୋଲାର କ୍ରିକେଟ୍‌ ଏକାଡେମି ୨୪.୧ ଓଭରରେ ୬୩ (ଆଶିଷ ରଞ୍ଜନ ଚୌରାସିଆ-୧୫, ପୀୟୂଷ ଜେନା-୧୪, ରିତେଶ ପ୍ରିୟରଞ୍ଜନ-୪/୧୪, ସ୍ବୟଂ ସାର୍ଥକ ରାଉତରାୟ-୪/୧୮)। ପାରାମାଉଣ୍ଟ୍‌ ସ୍ପୋର୍ଟିଂ ୧୨.୧ ଓଭରରେ ୬୪/୪ (ଏମ୍ ଜ୍ଞାନେନ୍ଦ୍ର କୁମାର-୨୪, ସୁଦର୍ଶନ ସାହୁ-୧୨, ସମ୍ବିତ ବେଜ-୩/୧୯, ଦୁଷ୍ମନ୍ତ ଦାସ-୧/୨୦)।

ସମ୍ବନ୍ଧିତ ଖବର