ଭୁବନେଶ୍ୱର: ଓସ୍କାର୍ ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ନବମ ନିରୋଜ ସ୍ମାରକୀ ଓସ୍କାର୍ କପ୍ ୧୫ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ପାରମାଉଣ୍ଟ୍ ବିଜୟ ମୁକୁଟ ହାତେଇଛି। ରବିବାରର ଫାଇନାଲ୍ରେ ସହିଦ ସ୍ପୋର୍ଟିଂକୁ ୮ ଓ୍ଵିକେଟ୍ରେ ହରାଇ ପାରାମାଉଣ୍ଟ୍ ଏହି ଗୌରବ ପାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସହିଦ ସ୍ପୋର୍ଟିଂ ୨୫ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୮ ରନ୍ କରିଥିଲା। ଓମ୍ ସର୍ବାଧିକ ୩୮ ରନ୍ କରିଥିଲେ। ପ୍ରତିପକ୍ଷର ପାର୍ଥ ସାରଥୀ ସାହୁ ଏବଂ ରିତେଶ ପ୍ରିୟରଂଜନ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ପାରାମାଉଣ୍ଟ୍ ୧୮.୧ ଓଭରରେ ୨ ଓ୍ଵିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରି ନେଇଥିଲା। ଏମ୍ ଜ୍ଞାନେନ୍ଦ୍ର କୁମାର ୨୦ ରନ୍ କରିବା ପରେ ସୁଦର୍ଶନ ସ୍ୱାଇଁ (୬୨*, ୫୮ ବଲ୍) ଏବଂ ଅଧିନାୟକ ଅଂଶୁମାନ ସାହୁ (୩୪*, ୩୦ ବଲ୍) ମ୍ୟାଚ୍ ଶେଷ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ନୃସିଂହ ଚରଣ ସାହୁ, ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଓସ୍କାର୍ ସ୍ପୋର୍ଟିଂର ସଭାପତି ପ୍ରଭାସ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ତଥା ପ୍ରଶିକ୍ଷକ ମନୋଜ ମହାରଣା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଯୁବ ଭାଷ୍ୟକାର ନରେଶ ଅଧିକାରୀ ଉତ୍ସବର ସଂଯୋଜନା କରିଥିଲେ। ପାରାମାଉଣ୍ଟ୍ର ସୁଦର୍ଶନ ସ୍ୱାଇଁ ଫାଇନାଲର ଶ୍ରେଷ୍ଠ ଖେଳାଳି, ପାର୍ଥ ସାରଥୀ ସାହୁ ପ୍ରତିଯୋଗିତାର ଶ୍ରେଷ୍ଠ ବୋଲର, ସହିଦ ସ୍ପୋର୍ଟିଂର ବିଶ୍ୱ ମୁଦୁଲି ଶ୍ରେଷ୍ଠ ବ୍ୟାଟସମ୍ୟାନ୍, ବିଭାଶ ଚାନ୍ଦ ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଓସ୍କାର୍ ସ୍ପୋର୍ଟିଂର ରଥ କୁମାର ଆର୍ଯ୍ୟନ୍ ଶ୍ରେଷ୍ଠ ଓ୍ଵିକେଟରକ୍ଷକ, ତନ୍ମୟ ନିଶାନ୍ତ ଓ ଆଦିତ୍ୟ ଜାମୁଦା ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ।
ପାରାମାଉଣ୍ଟ୍ ଜିତିଲା ଓସ୍କାର୍ କପ୍: ନବମ ନିରୋଜ ସ୍ମାରକୀ କ୍ରିକେଟ୍
/sambad/media/post_attachments/wp-content/uploads/2017/12/Paramount-club-win.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)