ୟୁରୋପୀୟ ମାଷ୍ଟର୍ସ କ୍ରୀଡ଼ା, ପାର୍ବତୀଙ୍କୁ କାଂସ୍ୟ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଜଗତରେ ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଖେଳାଳି ପାର୍ବତୀ ସେଠୀ ମଙ୍ଗଳବାର ଇଟାଲିର ତୋରିନୋରେ ଆୟୋଜିତ ୟୁରୋପୀୟ ମା‌ଷ୍ଟର୍ସ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଛନ୍ତି। ସେ ମହିଳା ସଟ୍‌ପୁଟ୍‌ରେ ତୃତୀୟ ସ୍ଥାନରେ ରହି ଏହି ପଦକ ପାଇଥିଲେ। ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଯଥାକ୍ରମେ ଚେକ୍‌ ଗଣରାଜ୍ୟ ଓ ଜର୍ମାନି ଖେଳାଳି ଜିତିଥିଲେ। ଗୁରୁବାର ପାର୍ବତୀ ନିଜର ପ୍ରିୟ ଇଭେଣ୍ଟ୍‌ ଡିସ୍‌କସ୍‌ ଥ୍ରୋରେ ମଇଦାନକୁ ଓହ୍ଲାଇବେ। ‌ଏହି ଇଭେଣ୍ଟ୍‌ରେ ସେ ସ୍ବର୍ଣ୍ଣ ଜିତିବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି ପାର୍ବତୀ କହିଛନ୍ତି। ଏହି ସଫଳତା ଲାଗି ପାର୍ବତୀଙ୍କୁ ଅଲିମ୍ପିଆନ୍‌ ଦିଲୀପ ତିର୍କି ଓ ଦୂତି ଚାନ୍ଦଙ୍କ ସହ ଓଡ଼ିଶା ମାଷ୍ଟର କ୍ରୀଡ଼ା ମହାସଂଘ ସମ୍ପାଦକ ଶିବପ୍ରସାଦ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର