ପିତୃତ୍ୱ ବଦଳାଇ ଦେଇଛି ପେରେଜଙ୍କ ଜୀବନ

ପ୍ୟାରିସ୍‌: ଫୋର୍ସ ଇଣ୍ଡିଆ ଫର୍ମୁଲା ଓ୍ଵାନ୍‌ ଦଳର ଯୁବ ରେସର ସର୍ଗିଓ ପେରେଜ ଏବେ ପୂରା ବଦଳି ଗଲେଣି। ବାପା ହେବା ପରେ ସେ ଆଉ ବେପରୁଆ ଜୀବନ ନ ବଞ୍ଚି ବେଶ୍‌ ଦାୟିତ୍ୱବାନ ହୋଇ ଯାଇଛନ୍ତି। ଚିକୋ ନାମରେ ପରିଚିତ ଏହି ୨୯ ବର୍ଷୀୟ କାର ରେସିଂ ତାରକା ଚାରି ବର୍ଷ ହେବ ଫୋର୍ସ ଇଣ୍ଡିଆ ଦଳରେ ଅଛନ୍ତି। ଗତ ଡିସେମ୍ବର ମାସରେ ତାଙ୍କ ପୁଅ ଜନ୍ମ ହେବା ପରେ କିନ୍ତୁ ସେ ଅଧିକ ସଫଳତା ଅର୍ଜନ କରିଛନ୍ତି। ଗତ ୨୦ ଗ୍ରାଁ.ପ୍ରିରୁ ପେରେଜ ୧୭ଟିରେ ପଏଣ୍ଟ ଅର୍ଜନ କରିଛନ୍ତି। ଆଗକୁ ସେ ଫେରାରି ଏବଂ ମ୍ୟାକଲରିନ ଭଳି ବଡ଼ ଦଳରେ ଯୋଗ ଦେବାର ଯୋଜନାରେ ଅଛନ୍ତି। ମେକ୍ସିକୋରେ ଜନ୍ମ ଗ୍ରହଣ କରିଥିବା ପେରେଜ୍‌ ୨୦୧୧ରେ ଫର୍ମୁଲା ଓ୍ଵାନ୍‌ ସର୍କିଟରେ କାର୍‌ ଚଳାଇବା ଆରମ୍ଭ କରିଥିଲେ। ୨୦୧୪ରେ ପତ୍ନୀ ଆଣ୍ଡ୍ରିଆ ତାଙ୍କ ଜୀବନକୁ ଆସିବା ପରେ ପେରେଜ୍‌ ଅଧିକ ଯଶ ଓ ସ୍ୱୀକୃତି ପାଇଥିଲେ।

ସମ୍ବନ୍ଧିତ ଖବର