ଶ୍ରୀଲଙ୍କାର ନେତୃତ୍ୱ ନେବା ସ୍ୱପ୍ନ ସାକାର ହୋଇଛି: ପେରେରା

କଲମ୍ବୋ: ପାକିସ୍ତାନର ଲାହୋରରେ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଅଧିକାଂଶ ବରିଷ୍ଠ ଖେଳାଳି ଅମଙ୍ଗ ହେବାରୁ ପାକିସ୍ତାନ ବିପକ୍ଷ ପୂରା ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ବୋଲି ଶୁକ୍ରବାର ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ କିଛି ଅମଙ୍ଗ ଖେଳାଳି ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ଶନିବାର ଶ୍ରୀଲଙ୍କା ପକ୍ଷରୁ ପାକିସ୍ତାନ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଗୋଟିଏ ଦଳ ଘୋଷଣା କରାଯାଇଛି।

ଏହି ପରିପ୍ରେକ୍ଷୀରେ ପୂର୍ବରୁ ଦଳର ନେତୃତ୍ୱ ଭାର ପାଇଥିବା ଉପୁଲ ଥରଙ୍ଗାଙ୍କୁ ଦଳରୁ ବାଦ୍‌ ଦିଆଯାଇ ତିସାରା ପେରେରାଙ୍କୁ ନୂଆ ଅଧିନାୟକ ମନୋନୀତ କରାଯାଇଛି। ପାକିସ୍ତାନଠାରୁ ୦-୫ରେ ଦିନିକିଆ ଶୃଙ୍ଖଳା ହାରିଥିବା ସିଂହଳୀ ଦଳରୁ ୬ ଖେଳାଳି ନୂଆ ଦଳରେ ସ୍ଥାନ ବଜାୟ ରଖିଛନ୍ତିି। ହେଲେ ଲସିଥ୍‌ ମାଲିଙ୍ଗାଙ୍କୁ ପୁନର୍ବାର ଉପେକ୍ଷିତ ହେବାକୁ ପଡ଼ିଛି। ଶ୍ରୀଲଙ୍କା ଦଳର ନେତୃତ୍ୱ ନେବା ଗର୍ବର କଥା। ଏହା ଦ୍ୱାରା ମୋ ସ୍ୱପ୍ନ ସାକାର ହେବ ବୋଲି ପେରେରା ପ୍ରକାଶ କରିଛନ୍ତିି।
ଦଳ: ତିସାରା ପେରେରା (ଅଧିନାୟକ), ଦିଲ୍‌ସାନ୍‌ ମୁନାଓ୍ଵିରା, ଦନୁଷ୍କା ଗୁଣତିଳକ, ସାଦିରା ସମରବିକ୍ରମ, ଆସାନ ପ୍ରିୟଞ୍ଜନ, ମାହେଲା ଉଦାଓ୍ଵାତେ, ଦାସୁନ୍‌ ସନକା, ସଚିତ୍‌ ପଥିରାଣା, ଭିକୁମ୍‌ ସଞ୍ଜୟ, ଲାହିରୁ ଗାମାଗେ, ସିକୁଜେ ପ୍ରସନ୍ନା, ବିଶ୍ୱ ଫର୍ନାଣ୍ଡୋ, ଇସୁରୁ ଉଡାନା, ଜେଫ୍ରେ ବନ୍ଦରସେ ଓ ଚତୁରଙ୍ଗା ଡି ସିଲ୍‌ଭା।

ସମ୍ବନ୍ଧିତ ଖବର