ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ପାଇଁ ଗୋଟିଏ ଦିନରେ ଦୁଇଟି ସ୍ବର୍ଣ୍ଣ ପଦକ ଆସିଛି। ସୁଟିଂ ପରେ ସୋମବାର ବ୍ୟାଡମିଣ୍ଟନ ଓ ଜାଭଲିନ୍ରୁ ସ୍ବର୍ଣ୍ଣ ପଦକ ମିଳିଛି। ବ୍ୟାଡମିଣ୍ଟନ ପୁରୁଷ ଏକକରେ ନୀତେଶ କୁମାର ଓ ପୁରୁଷ ଜାଭଲିନ୍ରେ ସୁମିତ ଅନ୍ତିଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ସୁମିତ ଦୁଇଥର ନିଜର ପାରାଲିମ୍ପିକ୍ସ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟାଡମିଣ୍ଟନରେ ସୁହାସ ଲଳିନକେରେ ୟାଥିରାଜ ରୌପ୍ୟ, ମହିଳା ଏକକରେ ତୁଳସୀମଥି ମୁରୁଗେସନ୍ଙ୍କୁ ରୌପ୍ୟ ଓ ମନୀଷା ରାମଦାସ କାଂସ୍ୟ ପଦକ ପାଇଛନ୍ତି। ପୁରୁଷ ଡିସ୍କସ୍ରେ ୟୋଗେଶ କାଠୁନିୟା ରୌପ୍ୟ ଓ ମିଶ୍ରିତ ତୀରନ୍ଦାଜି କମ୍ପାଉଣ୍ଡ ଦଳକୁ କାଂସ୍ୟ ପଦକ ମିଳିଛି। ଫଳରେ ଭାରତର ମୋଟ୍ ପଦକ ସଂଖ୍ୟା ୧୪ (୩ ସ୍ବର୍ଣ୍ଣ, ୫ ରୌପ୍ୟ, ୬ କାଂସ୍ୟ) ରେ ପହଞ୍ଚିଛି।
ପ୍ୟାରିସ୍ ପାରାଲିମ୍ପିକ୍ସ: ସୁମିତ, ନୀତେଶଙ୍କୁ ସ୍ବର୍ଣ୍ଣ
ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ପାଇଁ ଗୋଟିଏ ଦିନରେ ଦୁଇଟି ସ୍ବର୍ଣ୍ଣ ପଦକ ଆସିଛି। ସୁଟିଂ ପରେ ସୋମବାର ବ୍ୟାଡମିଣ୍ଟନ ଓ ଜାଭଲିନ୍ରୁ ସ୍ବର୍ଣ୍ଣ ପଦକ ମିଳିଛି। ବ୍ୟାଡମିଣ୍ଟନ ପୁରୁଷ ଏକକରେ ନୀତେଶ କୁମାର ଓ ପୁରୁଷ ଜାଭଲିନ୍ରେ ସୁମିତ ଅନ୍ତିଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି।