କଟକ: ଓଡ଼ିଶା ଫୁଟ୍ବଲ ସ˚ଘ ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଏବଂ କ୍ୟାପିଟାଲ ହାଇସ୍କୁଲ୍ ପଡ଼ିଆରେ ଶନିବାରଠୁ ଓଡ଼ିଶା ମହିଳା ଲିଗ୍ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ୫-୦ ଗୋଲ୍ରେ ସ୍ପୋର୍ଟ୍ସ ଓଡ଼ିଶାକୁ ପରାସ୍ତ କରିଛି। ପ୍ୟାରୀ ଖାଖା (୫୨, ୮୨, ୯୨ ମିନିଟ୍) ହ୍ୟାଟ୍ରିକ ଗୋଲ୍ ଦେଇଥିଲା ବେଳେ ଯବାମଣୀ ଟୁଡୁ ୪୩ ଓ ୪୭ ମିନିଟ୍ରେ ଦୁଇଟି ଗୋଲ ସ୍କୋର କରିଥିଲେ।
କ୍ୟାପିଟାଲ ହାଇସ୍କୁଲ୍ ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ପୂର୍ବତଟ ରେଳବାଇ ସମାନ ସ˚ଖ୍ୟକ ୫-୦ ଗୋଲ୍ରେ ଓଜିପିକୁ ହରାଇଛି। ଲାହାରି ମଙ୍ଗରାଜ (୨୫ ଓ ୩୯ ମିନିଟ୍) ଦୁଇଟି, ପୂର୍ଣ୍ଣିମା ରାଓ (୩୬ ମିନିଟ୍), ତାରା ଖାତୁନ (୪୪ ମିନିଟ୍), ମନୀଷା ପାନ୍ନା (୭୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ଜିତାଇଥିଲେ।
କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପସଭାପତି ବିଜୟ ଦାସ, ଦିଲ୍ଲୀପ ସାହୁ, ହୃଦୟ ର˚ଜନ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ସଙ୍ଗିତା ଶର୍ମା, ମହମ୍ମଦ ସାହିଦ ଜବାର, କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ଅଧିକାରୀ ଶୁଭେନ୍ଦୁ ପଣ୍ତା, ଆନ୍ତର୍ଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।