କଟକ: କରୋନା ମହାମାରୀ ଜନିତ ଲକ୍ଡାଉନ ପରେ ଭାରତୀୟ ବରିଷ୍ଠ ମହିଳା ଫୁଟ୍ବଲ ଦଳର ଅଭ୍ୟାସ ଶିବିର ଗୋଆରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶାରୁ ପ୍ୟାରୀ ଖାଖା ଓ ଜବାମଣି ଟୁଡୁଙ୍କୁ ଡକରା ଆସିଛି। ଏମାନଙ୍କ ସହିତ ମୋଟ ୩୦ ଜଣ ଖେଳାଳିଙ୍କୁ ଶିବିରକୁ ଡକାଯାଇଛି। ସମସ୍ତ ଶିବିରାର୍ଥୀ ମୁଖ୍ୟ ପ୍ରଶିକ୍ଷକ ମେମୋଲ୍ ରକିଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା ୨୦୨୨ରେ ଭାରତରେ ଆୟୋଜିତ ହେବାକୁଥିବା ଏଏଫ୍ସି ମହିଳା ଏସିଆ କପ୍ ପାଇଁ ଗୋଆରେ ପ୍ରସ୍ତୁତି ଚାଲିବ। ଶିବିର ପାଇଁ କରୋନା ଏସ୍ଓପି ଜାରି କରାଯାଇଛି। ପ୍ରତ୍ୟେକ ଖେଳାଳି ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କୁ ଆର୍ଟିପିସିଆର୍ ପରୀକ୍ଷା ଦେବାକୁ ପଡ଼ିବ। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଆଉ ୭ ଦିନ ସଂଗରୋଧରେ ରହିବାକୁ ହେବ। ଅଷ୍ଟମ ଦିନ ଦ୍ବିତୀୟ ଆର୍ଟିପିସିଆର୍ ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଖେଳାଳିମାନଙ୍କୁ ଅଭ୍ୟାସ କରିବାକୁ ଅନୁମତି ମିଳିବ ବୋଲି ଏଆଇଏଫ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା ନିୟମାବଳୀ ସତ୍ତ୍ବେ ମହିଳା ଫୁଟ୍ବଲ୍ ଯଥାଶୀଘ୍ର ପଡ଼ିଆକୁ ଫେରିବାକୁ ବ୍ୟାକୁଳ ବୋଲି ଏଆଇଏଫ୍ଏଫ୍ ଜାତୀୟ ଦଳଗୁଡ଼ିକର ନିର୍ଦେଶକ ଅଭିଷେକ ଯାଦବ କହିଛନ୍ତି।
ଜାତୀୟ ମହିଳା ଫୁଟ୍ବଲ ଶିବିରକୁ ପ୍ୟାରୀ ଓ ଜବାମଣିଙ୍କୁ ଡକରା
/sambad/media/post_attachments/wp-content/uploads/2020/11/cfh64sf96h74sf98h798sfhfshsfhsfhsfhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)