ଭୁବନେଶ୍ବର: ଚଳିତ ମାସ ୨୬ରୁ ୩୦ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟାୟାରେ ଆୟୋଜିତ ହେବ ଆଇଏସ୍ଟିଏଫ୍ ବିଶ୍ବ ଟୁର୍ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ଦୁଇ ଜଣ ଖେଳାଳି, ଅଂଶୁମାନ ବାବୁ ଓ ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏମାନଙ୍କୁ ଶୁକ୍ରବାର ଓଡ଼ିଶା ସଫ୍ଟ ଟେନିସ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂଘର ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମହମ୍ମଦ ଆଜମ, ସତୀଶ କୁମାର ବିଶ୍ବକର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଅଂଶୁମାନ ଓ ମନ୍ମୟଙ୍କୁ ସଂଘର ଅଧ୍ୟକ୍ଷ ରଂଜନ କୁମାର ନନ୍ଦ, ଉପସଭାପତି ଦିଲୀପ କୁମାର ମହାନ୍ତି, ମହାବୀର ଅଗ୍ରୱାଲ, ଟିଟନ ସାହୁ, ରୁଦ୍ର ନାରାୟଣ ବେହେରା, ଆଇନଜୀବୀ ନିର୍ଭୟ କୁମାର ସାମନ୍ତରାୟ, ବାସୁଦେବ ଓଝା, କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, କୃଷ୍ଣ ଚନ୍ଦ୍ର ପଣ୍ଡା, ଭୁବେନଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟ ରଂଜନ ପରିଜା ଓ କୁନାଲ ବିଶ୍ବାଳ ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp