ପାର୍ଥିବ ଆହତ

ନୂଆଦିଲ୍ଲୀ: ଗୁଜରାଟ ଅଧିନାୟକ ପାର୍ଥିବ ପଟେଲ୍‌ ବେଙ୍ଗଲ ବିପକ୍ଷ ରଣଜୀ କ୍ୱାର୍ଟର୍‌ ଫାଇନାଲ୍‌ବେଳେ ଆହତ ହୋଇଛନ୍ତି। ଆହତ ଯୋଗୁଁ ତାଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ସନ୍ଦେହ ଉପୁଜିଛି। ଏହି ଗସ୍ତ ଲାଗି ରିଦ୍ଧିମାନ ସାହାଙ୍କ ସହ ପାର୍ଥିବ ଦ୍ୱିତୀୟ ଓ୍ଵିକେଟ୍‌ ରକ୍ଷକ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା କ୍ୱାର୍ଟର୍‌ ଫାଇନାଲ୍‌ରେ ପାର୍ଥିବଙ୍କ ବାମହାତ ମଝି ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ସେ ପଡ଼ିଆ ବାହରକୁ ଚାଲିଯାଇଥିଲେ। ସୋମବାର ଶେଷ ଦିନରେ ମଧ୍ୟ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିନଥିଲା। ଏହି ଆଘାତ ସମସ୍ୟା କେତେ ଗୁରୁତର ତାହା ଜଣା ପଡ଼ିନି ବୋଲି ଗୁଜରାଟ ବ୍ୟାଟ୍ସମ୍ୟାନ୍‌ ମନପ୍ରୀତ ଜୁନେଜା କହିଛନ୍ତି। ତାଙ୍କ ସ୍ଥାନରେ ଜୁନେଜା ଓ୍ଵିକେଟ୍‌ ରକ୍ଷକ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର