ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଅଂଶଗ୍ରହଣ କରିବେ ପାର୍ବତୀ

ଭୁବନେଶ୍ବର: କାରାନା ସଙ୍କଟ ପାଇଁ ଗତ କିଛି ମାସ ହେବ ଅଧିକାଂଶ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହୋଇଥିବା‌ ଭେଟେରାନ୍ ମହିଳା ଡିସକସ୍‌ ତାରକା ପାର୍ବତୀ ସେଠୀ ପଞ୍ଜାବର ପାତିଆଲାଠାରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ସ ଗ୍ରାଁ ପ୍ରି-୪ ଏବଂ ୬୦ତମ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏଥିଲାଗି ସେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ କଠିନ ଅଭ୍ୟାସ ଜାରି ରଖିଛନ୍ତି। ନିଜକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖି ପଦକ ଜିତିବା ଉପରେ ଆଖି ରଖିଛନ୍ତି। ଇଣ୍ଡିଆନ୍ ଗ୍ରାଁ ପ୍ରି-୪ ଆସନ୍ତା ୧୫ ତାରିଖରେ ଏବଂ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଅଭ୍ୟାସରେ ସୁବିଧା ପାଇଁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ପାର୍ବତୀ ତାଙ୍କୁ ପ୍ରଦାନ କରିଥିବା ସୁବିଧା ସୁଯୋଗ ଲାଗି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର