ଜାତୀୟ ମା‌ଷ୍ଟର୍ସ ‌କ୍ରୀଡ଼ାରେ ପାର୍ବତୀଙ୍କୁ ୨ ସ୍ବର୍ଣ୍ଣ

ଭୁବନେଶ୍ବର : ହାଇଦ୍ରାବାଦରେ ଚାଲିଥିବା ପଞ୍ଚମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶାର ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ପାର୍ବତୀ ସେଠୀ ୨ଟି ସ୍ବର୍ଣ୍ଣ ପଦକ ଜିତି ‌ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଡିସ୍‌କସ୍‌ ଓ ସଟ୍‌ପୁଟରେ ପ୍ରଥମ ସ୍ଥାନ ଅଧିକାର କରି ଏହି ପଦକ ଜିତିଥିଲେ। ତାଙ୍କ ସଫଳତା ଲାଗି ଓଡ଼ିଶା ମାଷ୍ଟର୍ସ କ୍ରୀଡ଼ା ସଂଘର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି। ସଂପ୍ରତି ରେଳବାଇରେ ଚାକିରି କରୁଥିବା ପାର୍ବତୀ ୧୯୯୦ରୁ ୨୦୨୩ ପର୍ଯ୍ୟନ୍ତ ୩୭ ବର୍ଷ ‌ଧରି ଖେଳ ଜାରି ରଖିଛନ୍ତି। ସେ ପ୍ରଥମ ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଥିଲେ।

ସମ୍ବନ୍ଧିତ ଖବର