ଓଡ଼ିଶା ବାଟରେ ପରଭେଜ ପ୍ରତିବନ୍ଧକ

ରଣଜୀ ଟ୍ରଫି:ଜମ୍ମୁ ୭୬ ରନ୍‌ରେ ଅଗ୍ରଣୀ:ଓଡ଼ିଶା ବାଟରେ ପରଭେଜ ପ୍ରତିବନ୍ଧକ

କଟକ: ଜମ୍ମୁରେ ଚାଲିଥିବା ରଣଜୀ ଟ୍ରଫିରେଏକ ସମୟରେ ଓଡ଼ିଶା ପାଇଁ ବିଜୟ ଆଶା ସଞ୍ଚାର ହୋଇଥିଲା ବେଳେ ଏବେ ସେହି ଆଶାରେ ପ୍ରତିପକ୍ଷ ଅଧିନାୟକ ପରଭେଜ ରସୁଲ ପ୍ରତିବନ୍ଧକ ସାଜିଛନ୍ତି। ସେ ଏକାକି ଓଡ଼ିଶା ବୋଲରକୁ ମୁକାବିଲା କରି ଶତକ ଅର୍ଜନ କରିସାରିଛନ୍ତି। ତାଙ୍କ ଅପରାଜିତ ୧୨୫ ରନ୍‌ ବଳରେ ତୃତୀୟ ଦିନ ଷ୍ଟମ୍ପସ୍‌ ଅପସାରଣ ବେଳକୁ ଜମ୍ମୁ ଦ୍ବିତୀୟ ପାଳିରେ ୭ ଵିକେଟ୍‌ ବିନିମୟରେ ୨୭୨ ରନ୍‌ କରିଛି। ହାତରେ ଆଉ ୩ ୱିକେଟ୍‌ ଥାଉ ଘରୋଇ ଦଳ ୭୬ ରନ୍‌ରେ ଆଗୁଆ ରହିଛି। ପ୍ରଥମେ କମରାନ ଇକବାଲ୍‌ଙ୍କ ୬୭ ରନ୍‌ ଓଡ଼ିଶା ବୋଲରଙ୍କ ଚିନ୍ତା ବଢାଇବା ପରେ ଏବେ ବି ୧୨୫ ରନ୍‌ (୧୬୬ ବଲ୍‌, ୧୬ ଚୌକା, ୧ ଛକା) କରି ପରଭେଜ ଅପରାଜିତ ଅଛନ୍ତି। ଆଉ ମାତ୍ର ଗୋଟିଏ ଦିନ ଖେଳ ବାକି ଅଛି। ତେଣୁ ଯେତେଶୀଘ୍ର ଜମ୍ମୁର ବଳକା ୩ ଵିକେଟକୁ ଖସାଯାଇପାରିବ ଓଡ଼ିଶା ପାଇଁ ବିଜୟ ସମ୍ଭାବନା ସେତେ ବଢିଯିବ।
ଦ୍ବିତୀୟ ଦିନର ଅପରାଜିତ ଯୋଡ଼ି କମରାନ ଓ ଶୁଭମ୍‌ ଖଜୁରିଆ ସୋମବାର ଓଡ଼ିଶା ବୋଲରଙ୍କୁ ଆକ୍ରମଣ କରିବା ପରିବର୍ତ୍ତେ ରକ୍ଷଣାତ୍ମକ ଖେଳିଥିଲେ। ଫଳରେ ତୃତୀୟ ଦିନରେ ପାଖାପାଖି ୧୬ ଓଭର ପର୍ଯ୍ୟନ୍ତ ଉଭୟ ବ୍ୟାଟି˚ କରିଥିଲେ ବି ୩୩ ରନ୍‌ ଯୋଡ଼ିଥିଲେ। ଏଥିରେ ଶୁଭମ୍‌ ମାତ୍ର ୧ ରନ୍‌ ଯୋଡ଼ିଥିଲେ। ବ୍ୟକ୍ତିଗତ ୧୧ ରନ୍‌ କରିଥିଲା ବେଳେ ଶୁଭମ୍‌ଙ୍କୁ ଧୀରାଜ ସି˚ହ ଵିକେଟ ପଛପଟେ ରୋଶନ କୁମାରଙ୍କ ହାତରେ କ୍ୟାଚ୍‌ ଆଉଟ କରାଇଥିଲେ। କମରାନ ଅର୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଇଆନ୍‌ ଚୌହାନଙ୍କୁ ଆଉଟ କରି ବସନ୍ତ ମହାନ୍ତି ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ଓଡ଼ିଶା ପାଇଁ ଚିନ୍ତା ପାଲଟିଥିବା କମ୍‌ରାନ (୬୭) ଶେଷରେ ବସନ୍ତଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୱାଇସ୍‌ ଶାହା (୨୮)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ କରିଥିଲେ। ମଧ୍ୟକ୍ରମରେ ପରଭେଜ ଓ ଇର୍ଫାନ ପଠାନ୍‌ଙ୍କ ୬୯ ରନ୍‌ର ଭାଗୀଦାରି ପୁଣି ଥରେ ଓଡ଼ିଶା ପାଇଁ ପ୍ରତିବନ୍ଧକ ହୋଇଥିଲା। ଯଦିଓ ଇର୍ଫାନ୍‌ ଅଧିକ ରନ୍‌ ସ˚ଗ୍ରହ କରିପାରୁନଥିଲେ, କିନ୍ତୁ ପ୍ରତ୍ୟେକ ବଲ୍‌କୁ ଜଗି ରଖି ଖେଳୁଥିଲେ। ଶେଷରେ ଇର୍ଫାନ୍‌ (୧୫)ଙ୍କୁ ଆଉଟ କରି ଗୋବିନ୍ଦ ଯୋଡ଼ି ଭାଙ୍ଗିଥିଲେ। ପଛକୁ ପଛ ଓବୈଦ ହାରୁନ୍‌ (୨)ଙ୍କୁ ଧୀରାଜ ଆଉଟ୍‌ କରିଥିଲା ବେଳେ ଆକାଶ ଚୌଧୁରୀ (୭) ରନ୍‌ ଆଉଟ୍‌ ହୋଇଥିଲେ। ଖେଳ ବନ୍ଦ ହେବା ବେଳକୁ ପରଭେଜଙ୍କ ସହ ଅମିର ଅଜିଜ୍‌ ୭ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର