କଟକ: ଆଇଏସ୍ ଚେସ୍ କେନ୍ଦ୍ର ଓ ଓଡ଼ିଶା ଚେସ୍ ସ˚ଘ ମିଳିତ ଆନୁକୂଲ୍ୟରେ ମଧୁପାଟଣାସ୍ଥିତ ପ୍ରମିଳା ମଣ୍ତପରେ ଦ୍ବିତୀୟ ପ୍ୟାରୀମୋହନ ସାମନ୍ତରାୟ ସ୍ମାରକୀ ରାଜ୍ୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ୩ ରାଉଣ୍ତ ଶେଷରେ ୨୫ ଜଣ ମିଳିତ ଅଗ୍ରଣୀ ପାଇଛନ୍ତି। ପ୍ରତ୍ୟୁଷ ମହାପାତ୍ର, ଓମ୍ ଆଦିତ୍ୟ ଖଡ଼ଙ୍ଗା, ସ୍ବପ୍ନିଲ ପ୍ରିୟଦର୍ଶୀ, ଶାସ୍ବତ ମଲ୍ଲିକ, ଆୟୁଷି ଅଭିଜ୍ଞାନ, ଜୀବନ ଜ୍ୟୋତି, ବି ରାଜବୀର ପାଲ, ସାଇ ସୌରଭ ଦାସ, ପ୍ରତ୍ୟୁଷ ନାୟକ, ବିଶ୍ବପ୍ରୀତ ରାଏ, ଆଶିଷ କୁମାର ସାହୁ, ଓମ୍ ପ୍ରସାଦ ପାଣି, ନିଖିଲ ସାହୁ, କୌସ୍ତୁଭ ଦାସ, ଅଞ୍ଜଳି ମିଶ୍ର, ଅଙ୍କିତା ସାହୁ, ସ୍ନେହାୟୁକ୍ତା ବେହେରା, ରିଆ ମହାପାତ୍ର, ଅଙ୍କିତା ସାହୁ, ନିଳୋତ୍ପଳ ପ୍ରଧାନ, ଆଦିତ୍ୟ ଅନୁରକ୍ତା ମହାନ୍ତି, ଶାସ୍ବତ ସୌମ୍ୟବ୍ରତ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ଅନିରୁଦ୍ଧ ସାହୁ ଓ ସ୍ବୟ˚ପ୍ରକାଶ ସାହୁ ମିଳିତ ଭାବେ ପୂର୍ଣ୍ଣ ୩ ପଏଣ୍ଟ ପାଇଛନ୍ତି। ଏହି ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରୁଛନ୍ତି। ଖେଳ ଆରମ୍ଭ ହେବା ପୂର୍ବରୁ ଆଇଏସ୍ ଚେସ୍ ସେଣ୍ଟରର ନିର୍ଦ୍ଦେଶକ ମାନସ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଗୋପାଳକୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ସନ୍ତୋଷ ମହାପାତ୍ର, ଭବେଶ୍ ମହାନ୍ତି, ରୁଦ୍ରାଶିଶ ମଣ୍ତଲ, ଶଙ୍କର ରାଓ, ଭେଙ୍କଟ ରାଓ, ପ୍ରବୀଣ ମଲ୍ଲିକ, ଅଙ୍କିତ ସାମଲ, ପ୍ରତୀମା ଆପାଟ, ରୁଦ୍ର ତ୍ରିପାଠୀ, ସୁମିତ ବାନାର୍ଜୀ, ଅମୀୟ ରଞ୍ଜନ ରାଉତରାୟ ପ୍ରମୁଖ ପରିଚାଳନା କରୁଛନ୍ତି। ଏଥିରେ ମୋଟ ୨୫୧ ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିବାବେଳେ ୫୪ ଜଣ ଆନ୍ତର୍ଜାତୀୟ ରେଟେଡ୍ ଖେଳାଳୀଙ୍କ ମଧ୍ୟରୁ ଖୋର୍ଦର୍୍ଧାର ସ୍ବପ୍ନିଲ ପ୍ରିୟଦର୍ଶି ଟପ୍ ସିଡ୍ ଅଛନ୍ତି। ପ୍ରତିଯୋଗିତାରେ ୨୦ଟି ଆକର୍ଷଣୀୟ ଟ୍ରଫିର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଶ୍ରେଷ୍ଠ ବିଦ୍ୟାଳୟ, ଶ୍ରେଷ୍ଠ ଏକାଡେମି, ଉଦୀୟମାନ ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯିବ। ସେହିପରି ୬ରୁ ୧୨ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗରେ ମଧ୍ୟ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ଦିଆଯିବ। ମଙ୍ଗଳବାର ପ୍ରତିଯୋଗିତା ଉଦ୍ଯାପିତ ହେବ।
ପ୍ୟାରୀମୋହନ ସ୍ମାରକୀ ରାଜ୍ୟ ବିଦ୍ୟାଳୟ ଚେସ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/12/chess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)