ପାଟଣା କପ୍‌ କ୍ରିକେଟ୍‌ ସେମିରେ ଆସାନ୍‌ସୋଲ

ପାଟଣାଗଡ଼,: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରମାଇଁ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ପାଟଣା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ପୁଲ-ଏ’ର ଦ୍ୱିତୀୟ ମ୍ୟାଚ୍‌ କଟକ ସୋଲାର ଓ ପଶ୍ଚିମବଙ୍ଗର ଆସାନ୍‌ସୋଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଟକ ସୋଲାର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୭ ଓ୍ଵିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରି ପାରିଥିଲା ସୋଲାର ଦଳ। ଦଳ ପକ୍ଷରୁ ଦିବ୍ୟ ଜ୍ୟୋତି ରଥ ୭୫ ବଲରେ ୬୫ ରନ୍‌ ସଂଗ୍ରହ କରିଥିଲେ। ୧୫୫ ରନ୍‌ର ବିଜୟ ଲକ୍ଷ ନେଇ ପଶ୍ଚିବଙ୍ଗର ଆସାନ୍‌ସୋଲ ଦଳ ୨୬ ଓଭରରେ ୩ ଓ୍ଵିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ରାଣା ନୀଲେଶ ସିଂ ୫୨ ବଲରେ ୫୩ ରନ୍‌ ଓ ସହଯୋଗୀ କୁନାଲ କୁମାର ୫୩ ବଲରେ ୩୩ ରନ୍‌ ସଂଗ୍ରହ କରିଥିଲେ। ରାନା ନୀଲେଶ ସିଂହଙ୍କୁ ମ୍ୟାନ ଅଫି ଦି ମ୍ୟାଚ୍‌ ବିବେଚିତ କରା ଯାଇଥିଲା। ବୁଧବାର ପୁଲ-ଏ ର ପ୍ରଥମ ସେମିଫାଇନାଲ ମ୍ୟାଚ ବିଳାସପୁର ଏଫସିଏ ଓ ପଶ୍ଚିମବଙ୍ଗର ଆସାନ୍‌ସୋଲ ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର