ଫୁଟ୍‌ବଲ୍ ଓ ହକି ପାଇଁ ‘ପେ ଆଣ୍ଡ୍ ପ୍ଲେ’ ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟ ସରକାର ଏବେ ଫୁଟ୍‌ବଲ୍ ଓ ହକି ପାଇଁ ମଧ୍ୟ ତୃଣମୂଳ ସ୍ତରରୁ ବିକାଶ ଯୋଜନାରେ ରହିଛନ୍ତି। ଏହି କ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ପେ ଆଣ୍ଡ୍ ପ୍ଲେ’ ତାଲିମ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ଚଳିତ ମାସରୁ। ଏସୀୟ ଫୁଟ୍‌ବଲ୍‌ ସଂଘ ଏବଂ ଫିଫାର ବୟସ ବର୍ଗ ନିର୍ଧାରଣ ଅନୁସାରେ ୯ରୁ ୧୦ ବର୍ଷ (୨୦୧୩ରୁ ୨୦୧୪ ମସିହା ମଧ୍ୟରେ ଜନ୍ମିତ) ଏବଂ ୧୧ରୁ ୧୨ ବର୍ଷ (୨୦୧୧ରୁ ୨୦୧୨ ମସିହା ମଧ୍ୟରେ ଜନ୍ମିତ) ଉଭୟ ବାଳକ ଓ ବାଳିକା ଖେଳାଳିଙ୍କୁ ଭୁବନେଶ୍ବରରେ ତାଲିମ ଦେଇ ଗଢ଼ି ତୋଳିବାର ଯୋଜନା ହୋଇଛି। ପଞ୍ଜିକରଣକୁ ଦେୟମୁକ୍ତ କରାଯାଇଥିବାବେଳେ ମାସିକ ଏଥି ପାଇଁ ୧,୦୦୦ ଟଙ୍କା ଦେୟ ରଖାଯାଇଛି। ତେବେ ପ୍ରଥମ ମାସ (ସେପ୍ଟେମ୍ବର) ପାଇଁ ଏହା ମୁକ୍ତ ରଖାଯାଇଛି। ଉଭୟ ବାଳକ ଓ ବାଳିକାଙ୍କୁ ନେଇ ୩୦ ଜଣିଆ ବ୍ୟାଚ୍‌ ଗଠିତ ହେବ।

ସେପ୍ଟେମ୍ବର ୨ ତାରିଖରୁ ଭୁବନେଶ୍ବର ୟୁନିଟ୍‌-୧ ଆର୍ଟିଫିସିଆଲ୍‌ ଫୁଟ୍‌ବଲ୍‌ ପଡ଼ିଆରେ ଏହା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ରୁ ଅପରାହ୍ଣ ୨ଟା ମଧ୍ୟରେ ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ଅଧିକ ବିବରଣୀ ନିମନ୍ତେ ମୋବାଇଲ ନମ୍ବର ୯୪୩୮୪ ୬୩୭୪୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ହକି ପାଇଁ ବ୍ୟାଚ୍‌-୧ରେ ବୟସ ବର୍ଗ ୮ରୁ ୧୧ ଏବଂ ବ୍ୟାଚ୍‌-୨ରେ ୧୨-୧୫ ବର୍ଷ ରହିଛି। ଉଭୟ ବାଳକ ଓ ବାଳିକାଙ୍କୁ ନେଇ ୪୦ ଜଣିଆ ବ୍ୟାଚ୍‌ ଗଠିତ ହେବ। ସେପ୍ଟେମ୍ବର ୪ରୁ ଏହା କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଅଧିକ ବିବରଣୀ ପାଇଁ ୯୦୦୧୩ ୩୬୫୩୫ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର