ଭୁବନେଶ୍ୱର: କୋଲ୍କାତାରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ଦିବସରେ ଓଡ଼ିଶା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛି। ଶନିବାର ଅନ୍ତର୍ଜାତୀୟ ତାରକା ଭାଲିନା ଭାଲେଣ୍ଟିନା କାଟାରେ ସ୍ୱର୍ଣ୍ଣ ଜିତି ଅଭିଯାନ ଆରମ୍ଭ କରିଥିଲେ। ରବିବାର ପାୟଲ ବରାଳ ଏହାକୁ ଆଗକୁ ନେଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ମହିଳା ବିଭାଗ ୬୮ କିଲୋଗ୍ରାମ ଓଜନ ବର୍ଗ ଫାଇଟ୍ରେ ପାୟଲ ପ୍ରଥମ ସ୍ଥାନରେ ରହି ନିଜ ବର୍ଗ ଖେଳ ଜୀବନରେ ପ୍ରଥମ ଶ୍ରେଷ୍ଠ ଜାତୀୟ ସଫଳତା ପାଇଛନ୍ତି। କୋରାପୁଟର ସନାବେଡ଼ା ପାଣି ପବନରେ ବଢ଼ିଥିବା ସାଲେପୁର ବରଡ଼ିଆର ମୂଳ ଅଧିବାସୀ ପାୟଲ ଅନ୍ତର୍ଜାତୀୟ ସ୍ତରରେ ୩ଟି ପଦକ ଜିତି ସାରିଛନ୍ତି। ୨୦୧୫ରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କରାଟେର କନିଷ୍ଠ ୫୯ କିଲୋଗ୍ରାମରେ ରୌପ୍ୟ, ୨୦୧୬ରେ ନୂଆଦିଲ୍ଲୀରେ କନିଷ୍ଠ କାଟାରେ ସ୍ୱର୍ଣ୍ଣ ଏବଂ ଗତବର୍ଷ କଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କରାଟେର ମହିଳା ଫାଇଟ୍ରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚାକୁ ଆସିଥିଲେ। ସ୍ୱର୍ଣ୍ଣ ବିଜୟିନୀ ପାୟଲଙ୍କୁ ଉତ୍କଳ କରାଟେ ସ୍କୁଲ୍ ମୁଖ୍ୟ ତଥା କରାଟେ ଗୁରୁ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶାକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲେ ପାୟଲ
ଜାତୀୟ କରାଟେ
/sambad/media/post_attachments/wp-content/uploads/2018/01/14-Payal-Baral.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)