ଭାରତୀୟ ଫୁଟ୍‌ବଲ୍‌ ଦଳରେ ପ୍ୟାରୀ, ଜବାମଣି

କଟକ: ୨୦୨୦ ଟୋକିଓ ଅଲିମ୍ପିକ୍ସ ଦ୍ବିତୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଚଳିତ ସପ୍ତାହରେ ହ˚କ˚ ଓ ଇଣ୍ତୋନେସିଆରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ପ୍ୟାରୀ ଖାଖା ଓ ଜବାମଣି ଟୁଡୁ ସ୍ଥାନ ପାଇଛନ୍ତି। ଉଭୟ ଦେଶର ଜାତୀୟ ଦଳ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୨୧ ଓ ୨୩ ତାରିଖରେ ହ˚କ˚ ଏବ˚ ୨୭ ଓ ୩୦ ତାରିଖରେ ଇଣ୍ତୋନେସିଆ ସହିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏହାପରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଏପ୍ରିଲ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର