ଆଇସିସି କାହିଁକି କରୁ ନାହିଁ ଭାରତ-ପାକ ଶୃଙ୍ଖଳା: ପିସିବି ମୁଖ୍ୟ

କରାଚୀ: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ମୁଖ୍ୟ ଏହସାନ୍‌ ମନି କହଛନ୍ତି, ଭାରତ ସହିତ ତାଙ୍କ ଦେଶର ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ପାଇଁ ଆଇସିସି ସହଯୋଗ କରିବା ଦରକାର। କାରଣ ଏହା ଆଇସିସିର ଦାୟିତ୍ୱ। ମନି ଖବରକାଗଜ ‘ଡନ୍‌’କୁ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଏବାବଦରେ ପୂର୍ବରୁ ଆଇସିସି ସହିତ ଔପଚାରିକ ଭାବରେ ଆଲୋଚନା କରିଛି। ଏବେ ମୁଁ ପିସିବିରେ ଅଛି ଏବଂ ଆଗକୁ ଅଧିକ ଆଲୋଚନା କରିବାକୁ ଉଦ୍ୟମ କରିବି। ଆଇସିସି ସମସ୍ତ ଦେଶ ସହିତ ସୁନିଶ୍ଚିତ କରୁ।

ପିସିବି ମୁଖ୍ୟ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଯଦି ଖେଳାଯିବ ନାହିଁ, ତା’ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟରେ କାହିଁକି ଉଭୟ ଦେଶ ମଧ୍ୟରେ ଖେଳ ହେଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ ପରଠାରୁ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଯାଇ ନାହିଁ। ପାକିସ୍ତାନ ଟିମ ୨୦୧୨-୧୩ରେ ଭାରତ ଗସ୍ତରେ ଆସିଥିଲା କିନ୍ତୁ ସେହି ସମୟରେ କିଛି ମ୍ୟାଚ ଖେଳାଯାଇଥିଲା।

ଭାରତ ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ଟେଷ୍ଟ ଶୃଙ୍ଖଳା ଖେଳି ନାହିଁ। ବିସିସିଆଇକୁ ପିସିବି ୭ କୋଟି ଡଲାର ଦାବି କରୁଛି, ଯେଉଁଥି ପାଇଁ ଆଇସିସିର ବିବାଦ ଶେଷ କରିବାକୁ ସମିତି ଏବେ ନିଷ୍ପତ୍ତି ଶୁଣାଇ ନାହିଁ।

ସମ୍ବନ୍ଧିତ ଖବର