ମୁଁ ମୋଟା ନୁହେଁ : ପୋଷାକ ଖୋଲି ଟ୍ରେନରଙ୍କ ଉପରେ ବର୍ଷିଲେ ଉମର ଆକମଲ

କରାଚୀ: ପାକିସ୍ତାନ କ୍ରିକେଟ ଟିମରେ ସ୍ଥାନ ପାଇବାକୁ ଉଦ୍ୟମ କରୁଥିବା ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ ଉମର ଆକମଲ ଫିଟନେସ୍ ପରୀକ୍ଷାରେ ଫେଲ ହେବା ପରେ ହଙ୍ଗାମା ସୃଷ୍ଟି କରିଛନ୍ତି | ନ୍ୟାସନାଲ କ୍ରିକେଟ ଏକାଡେମୀରେ ହୋଇଥିବା ଫିଟନେସ୍ ପରୀକ୍ଷାରେ ଫେଲ ହୋଇଯିବା ପରେ ଉମର ପ୍ରବଳ ରାଗିଯାଇଥିଲେ | ଉମର ଟ୍ରେନରଙ୍କ ସାମ୍ନାରେ ପୋଷାକ ଖୋଲିଦେବା ସହ ଟ୍ରେନରଙ୍କୁ ଖରାପ ବ୍ୟବହାର ମଧ୍ୟ କରିଥିବା ନେଇ ଚର୍ଚ୍ଚା ହେଉଛି | ଉମର ଟ୍ରେନରଙ୍କ ସାମ୍ନାରେ ପୋଷାକ ଖୋଲି ପଚାରିଥିଲେ ଯେ ମୁଁ ତ ମୋଟା ନୁହେଁ, କେମିତି ଆପଣଙ୍କୁ ମୋଟା ଦେଖାଗଲି |

ଏହି ଘଟଣାକୁ ନେଇ ଫିଟନେସ୍ ଟିମ ପାକିସ୍ତାନ କ୍ରିକେଟ ବୋର୍ଡ ଆଗରେ ଉମରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | କୁହାଯାଉଛି ଏହି ଘଟଣାକୁ ନେଇ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ) ମଧ୍ୟ କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ | ତାଙ୍କ ଉପରେ ବ୍ୟାନ ଲଗାଯାଇପାରେ ବୋଲି ପାକିସ୍ତାନର ଗଣମାଧ୍ୟମ ମଧ୍ୟ କହିଛି |

ଏଠାରେ ସୂଚନା ଥାଉ କି ଉମର ଆକମଲଙ୍କ ବଡ଼ ଭାଇ କାମରାନ ଅକମଲ ଓ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ଭଟ୍ଟ ମଧ୍ୟ ଫିଟନେସ୍ ଟେଷ୍ଟରେ ଫେଲ ହୋଇଯାଇଛନ୍ତି | ଏହା ପୂର୍ବରୁ ମଧ୍ୟ ନିଜ ଖରାପ ବ୍ୟବହାର ପାଇଁ ଚର୍ଚ୍ଚାରେ ଥିଲେ | ୨୦୧୭ ମସିହାରେ ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ସମୟରେ ଖରାପ ବ୍ୟବହାର ପାଇଁ ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା |

ସମ୍ବନ୍ଧିତ ଖବର