ପେଲେ ଅସୁସ୍ଥ: ଝିଅ କହିଲେ ଚିନ୍ତାର କାରଣ ନୁହେଁ

ଦୋହା: ବ୍ରାଜିଲ୍‌ର ଫୁଟ୍‌ବଲ୍ କିଂବଦନ୍ତି ପେଲେ ଅସୁସ୍ଥ ହୋଇପଡ଼ିଛନ୍ତି। କର୍କଟ ରୋଗରେ ପୀଡ଼ିତ ହୋଇ ସଂଘର୍ଷ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି ସୂଚନା ଦେଇଛନ୍ତି ତାଙ୍କ କନ୍ୟା କେଲି ନିଶିମେଣ୍ଟୋ। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି ମାମଲା ଗୁରୁତର ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। କେଲିଙ୍କ ସୂଚନା ଭିତ୍ତିରେ ଇଏସପିଏନ୍ ବ୍ରାଜିଲ୍ ରିପୋର୍ଟ କରିଛି ଯେ ଆଲବର୍ଟ ଆଇନଷ୍ଟାଇନ୍ ହସ୍‌ପିଟାଲରେ ଚିକିତ୍ସା ପାଇଁ ପେଲେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମରେ ଅନେକ କିଛି ଚାଲିଥିଲେ ବି ମୋ ପିତାଙ୍କ ସ୍ବାସ୍ଥ୍ୟ ଏବେ ଠିକ୍ ଅଛି ଏବଂ ସେ ସାଧାରଣ ଡାକ୍ତରୀ ପ୍ରକ୍ରିୟାରେ ରହିଛନ୍ତି। କୌଣସି ଜରୁରି ସୂଚନା ନାହିଁ, ନୂଆ ବର୍ଷ ପାଇଁ ମୁଁ ସେଠାରେ ପହଞ୍ଚିବା ପରେ କିଛି ଫଟୋ ଛାଡ଼ିବି। ୨୦୨୧ ‌ସେପ୍ଟେମ୍ବରରେ ୮୨ ବର୍ଷୀୟ ପେଲେଙ୍କ ଶରୀରରୁ ଏକ ଟ୍ୟୁମର କଢ଼ା ଯାଇଥିଲା। ଏହା ପରଠାରୁ ସେ ନିୟମିତ ଡାକ୍ତରଖାନା ଆସୁଛନ୍ତି। ଇଏସପିଏନ୍‌ ବ୍ରାଜିଲ୍ କିନ୍ତୁ ରିପୋର୍ଟ କରିଛି ପେଲେଙ୍କର ହୃଦକ୍ରିୟା ଜନିତ ସମସ୍ୟା ଦେଖା ଦେଇଛି ଏବଂ ତାଙ୍କ କେମୋଥେରାପି ଚିକିତ୍ସା ଆଶାଜନକ ଫଳ ଦେଉନଥିବାରୁ ଏହା ଚିନ୍ତାଜନକ ସ୍ଥିତିରେ ରହିଛି।

ସମ୍ବନ୍ଧିତ ଖବର