ଭୁବନେଶ୍ବର : ମହାରାଷ୍ଟ୍ରର ନାସିକଠାରେ ଚଳିତ ମାସ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଆୟୋଜିତ ହୋଇଥିବା ଫେଡେରେସନ୍ କପ୍ ପେନଚାକ୍ ସିଲାଟ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ମୋଟ ୧୨ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ୨୧ ରାଜ୍ୟର ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ପ୍ରତିଯୋଗିତାରେ ଓଡ଼ିଶା ପେନଚାକ୍ ସିଲାଟ ସଂଘର ସଂପାଦକ ପ୍ରେମ୍ ସିଂହ ଥାପାଙ୍କୁ ଶ୍ରେଷ୍ଠ ରେଫରି ପୁରସ୍କାର ମିଳିଥିଲା। ଆଶା ଶର୍ମା ଓଡ଼ିଶା ଦଳର ପ୍ରବନ୍ଧକ ଥିଲେ। ଏହି ସଫଳତା ଲାଗି ସଂଘର ସଭାପତି ସୂରଜ ଲାମା, ଉପସଭାପତି ରବୀନ୍ଦ୍ର ଚୌଧୁରୀ, ଅଶୋକ ମିଶ୍ର, ଅରବିନ୍ଦ ବାରିକ ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ଦଳ ପାଇଁ ପଦକ ଜିତିଥିବା ଖେଳାଳିମାନେ ହେଲେ ଅନଖା ରଞ୍ଜନ, କ୍ରିତିକା ତ୍ରିପାଠୀ, ଅଭିଷେକ ବେହେରା (ସ୍ବର୍ଣ୍ଣ), ଆନୀଷ ଶର୍ମା, ଯସ୍ମିନ ଗ୍ରିୱାଲ, ଦିବ୍ୟ କିଶୋର ମହାପାତ୍ର, ସିଦ୍ଧାର୍ଥ ମେହେର, ପ୍ରୀତି କର (ରୌପ୍ୟ), ଆକାଶ କୁମ୍ବର, ଶିତଲ ପିପଲାନି, ଆଶୁତୋଷ ସିଂହ ଓ ଆଶୁତୋଷ ନାୟକ (କାଂସ୍ୟ)।
ଫେଡେରେସନ୍ କପ୍ ପେନଚାକ୍ ସିଲାଟ : ଓଡ଼ିଶାକୁ ୧୨ ପଦକ
/sambad/media/post_attachments/wp-content/uploads/2020/02/penchak-silat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)