ମୁମ୍ବାଇ: ଆସନ୍ତାକାଲି ପ୍ରଥମ ଥର ପାଇଁ ଅରେଞ୍ଜ ଜର୍ସିରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତ । ଆଉ ଏହା ପୂର୍ବରୁ ଜାରି ହୋଇସାରିଛି ଟିମ୍ ଇଣ୍ଡିଆର ନୂଆ ଜର୍ସି । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅରେଞ୍ଜ ଜର୍ସିରେ ନଜର ଆସିବେ ମେନ୍ ଇନ୍ ବ୍ଲୁ । ଅର୍ଥାତ୍ ମେନ୍ ଇନ୍ ଅରେଂଜ ହୋଇ ପଡିଆକୁ ଓହ୍ଲାଇବେ ଭାରତୀୟ କ୍ରିକେଟ ଖେଳାଳି । ଉଭୟ ଇଂଲଣ୍ଡ ଓ ଭାରତର ପୋଷାକ ରଂଗ ଏକାଭଳି ହୋଇଥିବାରୁ ଭାରତୀୟ ଟିମ୍ ତାର ପୋଷାକ ରଂଗରେ ପରିବର୍ତନ କରିବାକୁ ଯାଉଛି ।
ନିୟମ ଅନୁସାରେ ଆୟୋଜକ ଦଳ ପୋଷାକର ରଂଗ ପରିବର୍ତନ କରି ନଥାଏ । ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଳ ଦୁଇଟି ପୋଷାକ ପିନ୍ଧିପାରିବାର ଅନୁମତି ରହିଛି । ସେହି କ୍ରମରେ କାଲି ଅରେଂଜ ଜର୍ସି ପିନ୍ଧି ମ୍ୟାଚ ଖେଳିବେ ବିରାଟ ବାହିନୀ । ନୂଆ ଜର୍ସି ସହ ପୁରା ଟିମ୍ ଇଣ୍ଡିଆ ଫଟୋ ସୁଟ୍ ବି କରିଛନ୍ତି । ତେବେ ନୂଆ ଜର୍ସି ଉନ୍ମୋଚନ ହେବା ପରେ ଆରମ୍ଭ ହୋଇଯାଇଛି ଉଭୟ ସମର୍ଥନ ଓ ସମାଲୋଚନା ।
/sambad/media/post_attachments/wp-content/uploads/2019/06/swiggy-300x194.jpg)
/sambad/media/post_attachments/wp-content/uploads/2019/06/horlicks-300x232.jpg)
/sambad/media/post_attachments/wp-content/uploads/2019/06/nbf-1-260x300.jpg)
/sambad/media/post_attachments/wp-content/uploads/2019/06/saif-300x221.jpg)