ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିବାଦରେ ଫସିଥିବା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍. ରାହୁଲଙ୍କୁ ବଂଚାଇବା ପାଇଁ ଉଦ୍ୟମ କରିଛନ୍ତି। ଗାଙ୍ଗୁଲି ପାଣ୍ଡ୍ୟା ଏବଂ ରାହୁଲଙ୍କ ମହିଳା ବିରୋଧୀ ଟିପ୍ପଣୀ ସନ୍ଦର୍ଭରେ କହିଛନ୍ତି, ଆମକୁ ଆଗକୁ ବଢ଼ିବାର ଦରକାର ଅଛି । କାରଣ ସେମାନଙ୍କ ନିକଟରେ ଭରସା ଅଛି ଯେ, ଉଭୟ ଏହି ଘଟଣାରୁ ଶିକ୍ଷା ପାଇଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗାଙ୍ଗୁଲି ମୁମ୍ବାଇରେ କହିଛନ୍ତି ଯେ, ସେ ‘କଫି ଓ୍ଵିଥ୍ କରଣ’ କାର୍ଯ୍ୟକ୍ରମ ଦେଖି ନାହାନ୍ତି, ଯେଉଁଥିରେ ପାଣ୍ଡ୍ୟା ଏବଂ ରାହୁଲଙ୍କ ମହିଳା ବିରୋଧୀ ଟିପ୍ପଣୀ ଥିଲା। ମହିଳାଙ୍କ ବିରୋଧୀ ମୂଳକ ଟିପ୍ପଣୀ ଦେଇଥିବାରୁ ପାଣ୍ଡ୍ୟା ଓ ରାହୁଲଙ୍କୁ ଅସ୍ଥାୟୀ ଭାବେ କ୍ରିକେଟରୁ ନିଲମ୍ବନ କରାଯାଇଛି।
ବିବାଦ ସଂପର୍କରେ ଗାଙ୍ଗୁଲି କହିଛନ୍ତି, ଲୋକେ ଭୁଲ କରିଥାନ୍ତି। ଆମେ ଅଧିକ ଆଗକୁ ବଢ଼ିବା ଠିକ ନୁହେଁ। ମୋର ଭରସା ଅଛି ଯେ, ଯିଏ ବି ଏମିତି କରଥାଏ, ଦିନେ ସେ ଅନୁତାପ କରିବ ଏବଂ ଭଲ ମଣିଷ ହେବ। ଆମେ ମଣିଷ, ମେସିନ ନୋହୁଁ ଯେ, ସବୁବେଳେ ଠିକ ରହିବା। ଆମକୁ ଆଗକୁ ବଢ଼ିବା ଦରକାର ବୋଲି ଗାଙ୍ଗୁଲି କହିଛନ୍ତି।