ବକୁ : ରେଡ୍ବୁଲ୍ ଚାଳକ ସର୍ଗିଓ ପେରେଜ ରବିବାର ଆଜରବାଇଜାନ ଗ୍ରାଁ ପ୍ରି ଫର୍ମୁଲା ୱାନ୍ ରେସ୍ ଜିତି ନେଇଛନ୍ତି। ତାଙ୍କ ଦଳୀୟ ସାଥୀ ମ୍ୟାକ୍ସ ଭର୍ସ୍ତାପେନ ଦ୍ବିତୀୟ ସ୍ଥାନରେ ରହି ରେଡ୍ବୁଲ୍କୁ ୧-୨ ଫିନିସ୍ ଦେଇଛନ୍ତି। ପୋଲ୍ ପୋଜିସନରେ ଥିବା ଫେରାରିର ଚାର୍ଲେସ ଲେକଲର୍କ ତୃତୀୟ ସ୍ଥାନରେ ରହି ପୋଡିୟମ ଶେଷ କରିଥିଲେ। ଚଳିତ ଫର୍ମୁଲା ୱାନ୍ ଋତୁରେ ରେଡ୍ ବୁଲ୍ ଏପର୍ଯ୍ୟନ୍ତ ସମସ୍ତ ରେସ୍ ଜିତିବା ସହ ଶନିବାରର ସ୍ପ୍ରିଣ୍ଟ, ୩ ପୋଲ୍ସ ଓ ୩ଟିରେ ୧-୨ ସଫଳତା ପାଇଛି। ଶନିବାର ପେରେଜ ରେଡ୍ବୁଲ୍ ପାଇଁ ସ୍ପ୍ରିଣ୍ଟ ଜିତିଥିଲେ।
ଆଜରବାଇଜାନ ଗ୍ରାଁ ପ୍ରି ଜିତିଲେ ପେରେଜ
/sambad/media/post_attachments/wp-content/uploads/2023/05/Sergio-Perez.jpg)