ବକୁ: ନାଟକୀୟ ଘଟଣାକ୍ରମରେ କିଛି ସମୟ ରେସ୍ ବନ୍ଦ ରହି ପୁଣି ଥରେ ଆରମ୍ଭ ହୋଇଥିବା ଫର୍ମୁଲା ୱାନ୍ର ଆଜରବୈଜାନ ଗ୍ରାଁ ପ୍ରିରେ ମେକ୍ସିକୋର ରେଡ୍ ବୁଲ୍ ଚାଳକ ସର୍ଗିଓ ପେରେଜ ବିଜେତା ହୋଇଛନ୍ତି। ଅଷ୍ଟନ ମାର୍ଟିନର ସେବାସ୍ତିଆନ୍ ଭେଟେଲ ଦ୍ବିତୀୟ ଏବଂ ଆଲ୍ଫା ତୌରିର ପିଏରେ ଗାସ୍ଲି ତୃତୀୟ ପୋଡିୟମ ଫିନିସ୍ କରିଥିଲେ। ରବିବାର ବକୁରେ ଆୟୋଜିତ ଏହି ରେସ୍ର ୫ଟି ଲ୍ୟାପ୍ ବାକିଥିଲା ବେଳେ ପେରେଜଙ୍କ ରେଡ୍ବୁଲ୍ ଦଳୀୟ ସାଥୀ ମାକ୍ସ ଭର୍ସ୍ତାପେନଙ୍କ ଟାୟାର ଫାଟିଯାଇଥିଲା। ଫଳରେ ରେସ୍କୁ କିଛି ସମୟ ବନ୍ଦ ରଖିବା ପରେ ପୁଣି ଥରେ ଆରମ୍ଭ କରାଯାଇଥିଲା। ବନ୍ଦ ସମୟରେ ଦ୍ବିତୀୟ ସ୍ଥାନରେ ଥିବା ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍ ପୁନଃ ଆରମ୍ଭ ବେଳେ ଟ୍ରାକ୍ ଛାଡ଼ି ପଳାଇବାରୁ ପଏଣ୍ଟ ପାଇବାରେ ବିଫଳ ହୋଇଥିଲେ। ଫଳରେ ପୂର୍ବ ପରି ଭର୍ସ୍ତାପେନ୍ (୧୦୫ ପଏଣ୍ଟ୍) ଚାଳକ ଦୌଡ଼ରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ହାମିଲଟନ୍ (୧୦୧) ଦ୍ବିତୀୟରେ ରହିଛନ୍ତି। ରେଡ୍ବୁଲ୍ରେ ଯୋଗ ଦେବା ପରେ ପେରେଜଙ୍କର ଏହା ପ୍ରଥମ ଟ୍ରଫି।
ଆଜରବୈଜାନ ଗ୍ରାଁ ପ୍ରି ଜିତିଲେ ପେରେଜ
/sambad/media/post_attachments/wp-content/uploads/2021/06/f5h6s4f56h4fs56h45fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)