ବକୁ (ଆଜରବାଇଜନ) : ରେଡ୍ ବୁଲ୍ ଚାଳକ ସର୍ଗିଓ ପେରେଜ୍ ଚଳିତ ଫର୍ମୁଲା ୱାନ୍ ଋତୁର ପ୍ରଥମ ରେସ୍ ବିଜେତା ହୋଇଛନ୍ତି। ଆଜରବାଇଜନ୍ର ବକୁ ସିଟି ସର୍କିଟ୍ରେ ଶନିବାର ଆୟେଜିତ ଏହି ରେସ୍ରେ ମେକ୍ସିକୋର ପେରେଜ୍ ପ୍ରଥମ ସ୍ଥାନରେ ରହିଥିଲା ବେଳେ ପୋଲ୍ ପୋଜିସନ୍ରୁ ରେସ୍ ଆରମ୍ଭ କରିଥିବା ଫେରାରିର ଚାର୍ଲସ ଲେକ୍ଲେର୍କ ଦ୍ବିତୀୟ ଏବଂ ଅନ୍ୟତମ ରେଡ୍ବୁଲ୍ ଚାଳକ ମାକ୍ସ ଭର୍ଷ୍ଟାପେନ୍ ତୃତୀୟ ସ୍ଥାନ ସହ ପୋଡିୟମ୍ ଫିନିସ କରିଥିଲେ। ତେବେ ପେରେଜ୍ଙ୍କ ପରେ ପ୍ରଥମ ଚାଳକ ଭାବେ ଲେକ୍ଲେର୍କ ଯୁଗଳ ବିଶ୍ବ ବିଜେତା ଭର୍ଷ୍ଟାପେନ୍ଙ୍କୁ ପରାସ୍ତ କରିବାର ଗୌରବ ବହନ କରିଛନ୍ତି। ମର୍ସିଡେସ୍ର ନେଦରଲାଣ୍ଡ୍ସ ଚାଳକ ଜର୍ଜ ରସେଲ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଫେରାରିର କାର୍ଲୋସ ସେଞ୍ଜ୍ ପଞ୍ଚମ ଏବଂ ଅଷ୍ଟନ ମାର୍ଟିନ୍ର ଫର୍ନାଣ୍ଡୋ ଆଲୋଁସୋ ଷଷ୍ଠ, ୭ ଥର ବିଶ୍ବ ବିଜେତା ଲୁଇସ୍ ହାମିଲଟନ୍ ସପ୍ତମ ସ୍ଥାନରେ ରହି ପଏଣ୍ଟ କରାୟତ କରିଥିଲେ।
ପେରେଜ୍ ଜିତିଲେ ବକୁ ରେସ୍
/sambad/media/post_attachments/wp-content/uploads/2023/04/Perez-wins-Baku-sprint-race-for-Red-Bull.jpg)