ମାଲୋର୍କା: ସ୍ପେନ୍ ଟେନିସ୍ ତାରକା ରାଫେଲ ନାଦାଲ ନିଜ ଦୀର୍ଘ ଦିନର ପ୍ରେମିକା ମାରିଆ ପ୍ରାନସିସ୍କା ପେରେଲୋଙ୍କୁ ଶନିବାର ବିବାହ କରିଛନ୍ତି। ୧୪ ବର୍ଷ ଧରି ପ୍ରେମ ସମ୍ପର୍କ ପରେ ମାଲୋର୍କାଦୀପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଉତ୍ସବରେ ୩୫୦ ଅତିଥି ଯୋଗ ଦେଇଥିଲେ। ୧୯୭୫ରୁ ୨୦୧୪ ପର୍ଯ୍ୟନ୍ତ ସ୍ପେନ୍ର ରାଜା ଥିବା ଜୁଆନ୍ କାର୍ଲୋସ ୧ ଏହି ଉତ୍ସବରେ ଅତିଥି ଥିଲେ। ୧୯ ଗ୍ରାଣ୍ଡସ୍ଲାମ୍ ବିଜେତା ୩୩ ବର୍ଷୀୟ ନାଦାଲଙ୍କ ସାନ ଭଉଣୀ ମାରିବେଲଙ୍କ ପିଲା ଦିନର ଭଲ ସାଙ୍ଗ ହେଉଛନ୍ତି ୩୧ ବର୍ଷୀୟ ପେରେଲୋ।
ପେରେଲୋଙ୍କ ହାତ ଧରିଲେ ଟେନିସ୍ ତାରକା ନାଦାଲ
/sambad/media/post_attachments/wp-content/uploads/2019/10/549sf54g15fsdg1fdg41fg14fd56gdf65gdf6gdf5gfd9g6fdg8dfgfdgdfg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)