ପ୍ରି-କ୍ୱାର୍ଟରରେ ପେସ୍‌-ରାଜା

ମେଲ୍‌ବର୍ନ: ଭାରତୀୟ ଯୋଡ଼ି ଲିଆଣ୍ଡର ପେସ୍‌ ଓ ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ଏହି ଅଣମାନ୍ୟତା ଭାରତୀୟ ଯୋଡ଼ି ପୁରୁଷ ଯୁଗଳ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ପଞ୍ଚମ ମାନ୍ୟତା ବ୍ରାଜିଲ୍‌-ବ୍ରିଟେନ୍‌ ଯୋଡ଼ି ବ୍ରୁନୋ ସୋରେସ୍‌ ଓ ଜାମି ମରେଙ୍କୁ ୭-୬, ୫-୭ ଓ ୭-୬ ସେଟ୍‌ରେ ପରାସ୍ତ କରି ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ବିଶ୍ୱ ମାନ୍ୟତାର ଯୁଗଳରେ ମରେ ଓ ସୋରେସ୍‌ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଥିଲା ବେଳେ ଏଠାରେ ଶନିବାର କିନ୍ତୁ ପୁରୁଖା ପେସ୍‌ ଓ ଯୁବ ତାରକା ପୂରବ ରାଜାଙ୍କ ଆକ୍ରମଣ ଆଗରେ ହାର୍‌ ମାମନିଥିଲେ। ପେସ୍‌-ରାଜା ଏକାଠି ସେମାନଙ୍କର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳୁଛନ୍ତିି। ଏହା ପୂର୍ବରୁ ଏହି ଯୋଡ଼ି ପ୍ରଥମ ଥର ଖେଳି ୨୦୧୭ ୟୁଏସ୍‌ ଓପନ୍‌ ଦ୍ୱିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଏଥର ମେଲ୍‌ବର୍ନ ପାର୍କରେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଏକାଦଶ ମାନ୍ୟତା କଲମ୍ବିଆ ଯୋଡ଼ି ଜୁଆନ୍‌ ସେବାସ୍ତିଆନ୍‌ କାବେଲ୍‌ ଓ ରବର୍ଟ ଫାରାଙ୍କ ସହ ମୁହାଁମୁହିଁ ହେବେ। ୪୪ ବର୍ଷ ବୟସ୍କ ପେସ୍‌ ଶେଷ ଥର ପାଇଁ ୨୦୧୬ ଫ୍ରେଞ୍ଚ୍‌ ଓପନ୍‌ରେ ଗ୍ରାଣ୍ଡ୍‌ ସ୍ଲାମ୍‌ କ୍ୱାର୍ଟର ଫାଇନାଲ୍‌ ଖେଳିଥିଲେ। ମାର୍ସିନ୍‌ ମାତ୍‌ଓ୍ଵସ୍କିଙ୍କୁ ସାଥୀ କରିଥିବା ପେସ୍‌ ସେଥର ଆମେରିକାର ଯମଜ ଭ୍ରାତା ମାଇକ୍‌ ଓ ବବ୍‌ ବ୍ରିୟାନ୍‌ଙ୍କ ନିକଟରୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର