ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ପିଟିସନରେ ବିରାଟ ଅନଲାଇନ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରାଯାଇଥିବାବେଳେ ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି । ବିରାଟ କୋହଲିଙ୍କ ବ୍ୟତୀତ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ମଧ୍ୟ ଏକ ମାମଲା ଦାୟର କରାଯାଇଛି।

Advertisment

ଚେନ୍ନାଇର ଜଣେ ଓକିଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନରେ ଆବେଦନକାରୀ ଅନଲାଇନ ଜୁଆ ଖେଳିବା ଉପରେ ନିଷେଧାଦେଶ ପାଇଁ ଅନୁରୋଧ କରାଯାଇଛି । ଏହି ଆବେଦନରେ ଦର୍ଶାଯାଇଛି ଯେ ଅନଲାଇନ୍ ଜୁଆ କମ୍ପାନୀଗୁଡିକ ବିରାଟ କୋହଲି ଏବଂ ତମନ୍ନାଙ୍କ ଭଳି ତାରକାଙ୍କୁ ବ୍ୟବହାର କରି ଯୁବକମାନଙ୍କୁ ଏହି ଖେଳ ପାଇଁ ପ୍ରୋତ୍ସାହିତ କରୁଛନ୍ତି |

ଏଥିପାଇଁ ଉଭୟଙ୍କୁ ଗିରଫ କରାଯିବା ଉଚିତ୍ ବୋଲି କୁହାଯାଇଛି | ଅନଲାଇନ୍ ଜୁଆ ପାଇଁ ନିଆଯାଇଥିବା ଟଙ୍କା ଫେରସ୍ତ କରିପାରୁ ନ ଥିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ମାମଲା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।ଏଠାରେ ସୂଚନା ଥାଉ କି ଆଜିକାଲି ଅନଲାଇନ୍ ମ୍ୟାଚ୍ ଖେଳାଯାଉଛି ଏବଂ ସେମାନଙ୍କୁ କ୍ରିକେଟ୍ ତାରକାମାନେ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି।