କୋର୍ଟକୁ ଫେରିବାକୁ କ୍ବିତୋଭା ବ୍ୟଗ୍ର

ପ୍ରଗ୍‌ : ଦୁଇ ଥର ୱିମ୍ବିଲଡନ୍‌ ବିଜୟିନୀ ପେଟ୍ରା କ୍ବିତୋଭା ସାଂପ୍ରତିକ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ରେ ରହି ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏହି ଚେକ୍‌ ଗଣରାଜ୍ୟ ଲଳନା ଏବେ ଟେନିସ୍‌ କୋର୍ଟକୁ ଫେରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି। ତଥାପି ତାଙ୍କୁ ଏବେ କେବଳ ଟେଲିଭିଜନ୍‌ରେ ମ୍ୟାଚ୍‌ ଉପଭୋଗ କରିବାକୁ ପଡିବ। ବିଶ୍ବ ମାନ୍ୟତାର ଏହି ଦ୍ବାଦଶ ନମ୍ବର ମହିଳା ଖେଳାଳି ମଙ୍ଗଳବାରଠାରୁ ପ୍ରାଗ୍‌ରେ ଆରମ୍ଭ ହୋଇଥିବା ଅଲ୍‌ ଚେକ୍‌ ପ୍ରତିଯୋଗିତାକୁ ସେ ଟିଭିରେ ଦେଖୁଛନ୍ତି। ଯେଉଁ ପ୍ରତିଯୋଗିତାରେ ଦର୍ଶକ ନାହାନ୍ତି, କେହି କାହାରି ସହ ହ୍ୟାଣ୍ଡ୍‌ସେକ୍‌ କରୁନାହାନ୍ତି କିମ୍ବା ଟାୱେଲ ସେବାରୁ ବିରତ ରହୁଛନ୍ତି। କ୍ବିତୋଭା ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କର ଶେଷ ମ୍ୟାଚ୍‌ କାତାର ଓପନ୍‌ରେ ଖେଳିଥିଲେ। ସେହି ପ୍ରତିଯୋଗିତାର ଫାଇନାଲ୍‌ରେ ସେ ବେଲାରୁଷର ଆରୢାନା ସାବାଲେଙ୍କାଙ୍କଠୁ ହାରି ଯାଇଥିଲେ। ହେଲେ ଏବେ କ୍ରୀଡ଼ା ଫେରିଥିଲେ ମଧ୍ୟ ସମର୍ଥନ ବିନା ଖେଳିବା କଷ୍ଟକର ହୋଇପଡ଼ିବ ବୋଲି କହିଛନ୍ତି କ୍ବିତୋଭା।

ସମ୍ବନ୍ଧିତ ଖବର