ଭୁବନେଶ୍ବର: ଦୁବାଇରେ ଚାଲିଥିବା ଫାଜା ଦୁବାଇ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍ରେ ଓଡ଼ିଆ ତାରକା ଦୀପରଞ୍ଜନ ବିଶୋଇ ପହଞ୍ଚି ଯାଇଛନ୍ତି। ବୁଧବାର ଯୁଗଳ ପ୍ରଥମ ମ୍ୟାଚ୍ରେ ଦୀପରଞ୍ଜନ ଓ ତାଙ୍କ ସାଥୀ ମହମ୍ମଦ ଅର୍ୱାଜ ଅନ୍ସାରୀ ୨୧-୩ ଓ ୨୧-୯ରେ କାମେରୁନ୍ ଯୋଡ଼ି ଇଶିଦୋରେ କାମଗୁଇ ଓ ଇଟିନେ ସୋଙ୍ଗା ବିଜୋକାଙ୍କୁ ପରାସ୍ତ କରିବା ପରେ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲୀୟ ଯୋଡ଼ି ୱଜ୍ତେକ ସିଜିଜ୍ ଓ ଡିଲନ ଜାକୋବସନ୍ଙ୍କୁ ୨୧-୧୨ ଓ ୨୧-୧୬ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ତେବେ ଏସ୍ଏଲ୍-୪ ଏକକ ବର୍ଗରେ ଦୀପରଞ୍ଜନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମ ମ୍ୟାଚ୍ରେ ସେ ଥାଇଲାଣ୍ଡର ଚୱାରତ କିଚୋକୱତନାଙ୍କଠାରୁ ୧୦-୨୧ ଓ ୧୫-୨୧ରେ ହାରି ଯାଇଥିଲେ। ଫଳରେ କ୍ବାର୍ଟର ଫାଇନାଲ୍ ପ୍ରବେଶ ପାଇଁ ଦ୍ବିତୀୟ ମ୍ୟାଚ୍ ‘କର ବା ମର’ ସ୍ଥିତି ପାଲଟିଯାଇଛି। ଏହି ମ୍ୟାଚ୍ ଜିତିପାରିଲେ ହିଁ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶା ରହିବ।
ପ୍ରମୋଦଙ୍କ ବିଜୟ ଅଭିଯାନ
ଅନ୍ୟତମ ଓଡ଼ିଆ ତାରକା ପ୍ରମୋଦ ଭଗତ ଉଭୟ ଏକକ ଓ ମିଶ୍ରିତ ଯୁଗଳ ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏସ୍ଏଲ୍-୩ ଏକକ ବର୍ଗ ପ୍ରଥମ ମ୍ୟାଚ୍ରେ ପ୍ରମୋଦ କାମେରୁନ୍ର ଇଶିଦୋରେ କାମଗୁଇଙ୍କୁ ୨୧-୧୨ ଓ ୨୧-୧୧ରେ ପରାସ୍ତ କରିଥିଲା ବେଳେ ମନୀଷା ରାମଦାସଙ୍କୁ ସାଥୀ କରିଥିବା ପ୍ରମୋଦ ଏସ୍ଏଲ୍-୩ ଏସ୍ୟୁ-୫ ମିଶ୍ରିତ ଯୁଗଳ ପ୍ରଥମ ମୁକାବିଲାରେ ଥାଇଲାଣ୍ଡ ଯୋଡ଼ି ୱାରତ କିଚୋକୱତନା ଓ ଚାନିଦା ଶ୍ରୀନାଭାକୁଲଙ୍କୁ ୨୧-୧୧ ଓ ୨୧-୧୬ରେ ପରାସ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/5d4d654g654gda65agd456.jpg)