କ୍ରିକେଟ୍ ଖେଳିଲେ ଫେଲପ୍ସ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସର ସଫଳତମ ତାରକା ତଥା ଆମେରିକୀୟ ସନ୍ତରଣ କିମ୍ବଦନ୍ତୀ ମାଇକେଲ୍ ଫେଲପ୍ସ ସଂପ୍ରତି ଭାରତ ଗସ୍ତରେ ଆସିଛନ୍ତି। ପ୍ରଥମ ଥର ପାଇଁ ଭାରତ ଆସିଥିବା ଫେଲପ୍ସ ଏହି ଅବସରରେ ‌କ୍ରିକେଟ୍ ଖେଳିବାର ମଜା ନେଇଛନ୍ତି। ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ସହ ୩୩ ବର୍ଷୀୟ ଫେଲପ୍ସ କିଛି ସମୟ କ୍ରିକେଟ୍ ଖେଳିଥିଲେ। ସେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍ ଦେଖିଥିଲେ। କ୍ରିକେଟ ଦେଖିବାକୁ ଭଲ ଲାଗୁଥିଲେ ମଧ୍ୟ ସେ କ୍ରିକେଟ୍ ଖେଳି ପାରିବେ ନାହିଁ ଫେଲପ୍ସ ମତ ରଖିଥିଲେ। ଦିଲ୍ଲୀ ଅଧିନାୟକ ଶ୍ରେୟସ୍ ଆୟର, ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ, ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଓ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ସହ ଫେଲପ୍ସ କିଛି ସମୟ ବି କଟାଇଥିଲେ। ପନ୍ତ ହିଁ ତାଙ୍କୁ କ୍ରିକେଟ୍ ଶିଖାଇଥିଲେ। ଫେଲପ୍ସ ୨୮ ପଦକ ଜିତିଛନ୍ତି। ସେଥିମଧ୍ୟରୁ ୨୩ଟି ହେଉଛି ସ୍ବର୍ଣ୍ଣ।

ସମ୍ବନ୍ଧିତ ଖବର