ନୂଆଦିଲ୍ଲୀ : ଅବୈଧ‌ ବୋଲିଂ ଢ଼ଙ୍ଗ ପାଇଁ ଆମେରିକାର ଦ୍ରୁତ ବୋଲର କାଇଲ୍ ଫିଲିପଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ ବାରଣ କରାଯାଇଛି। ଜୁନ୍‌ ୧୮ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଫିଲିପଙ୍କ ବୋଲିଂକୁ ନେଇ ସନ୍ଦେହ ହୋଇଥିଲା। ଆଇସିସି ଇଭେଣ୍ଟ୍ ପାନେଲ୍‌ ସ୍ପଷ୍ଟ କରିବା ପରେ ଏହି ବାସନ୍ଦାଦେଶ ଲାଗୁ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଫିଲିପ୍ ମଧ୍ୟ ୩ ୱିକେଟ୍ ନେଇଥିଲେ। ଆମେରିକା କିନ୍ତୁ ଚଳିତ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ୩ ମ୍ୟାଚ୍‌ ହାରି ଗ୍ରୁପ୍‌ ‘ଏ’ରେ ସଂଘର୍ଷ କରିଛି।